ହେଡଲାଇନସ୍:

 ୬୪ ଜଣ ସ୍ଥାନୀୟ ଯୁବକ/ଯୁବତୀଙ୍କୁ ଆରଏସପି ଦିଆଇଲା ମେଡିକାଲ ଆଟେଣ୍ଡାଣ୍ଟ ତାଲିମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଆଇଜିଏଚ୍‍ ଠାରେ ୬୪ ଜଣ ସ୍ଥାନୀୟ ଯୁବକ/ଯୁବତୀଙ୍କୁ ଏକ-ବର୍ଷୀୟ ମେଡିକାଲ ଆଟେଣ୍ଡାଣ୍ଟ ତାଲିମ ପ୍ରଦାନ କରାଯାଇଛି । ଏହାଥିଲା ଏହି ତାଲିମ ହାସଲ କରିଥିବା ଷଷ୍ଠ ବ୍ୟାଚ୍‍ । ସୂଚନାଯୋଗ୍ୟ ଯେ, ଆର୍‍ଏସ୍‍ପିର ସିଏସ୍‍ଆର ପ୍ରୟାସ ଆନୁକୂଲ୍ୟରେ ଏହି ରୋଜଗାର ଭିତ୍ତିକ ତାଲିମ ଯୋଜନା ୨୦୧୩-୧୪ ମିସିହାରେ ଶୁଭାରମ୍ଭ ହୋଇଥିଲା । ପାର୍ଶ୍ୱାଂଚଳ ଗ୍ରାମ, ରିସେଟେଲମେଣ୍ଟ କଲୋନୀ ଏବଂ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍‍ ଅଂଚଳର ଯୁକ୍ତ ଦୁଇ ପାସ ହୋଇଥିବା ୩୬୮ ଜଣ ସ୍ଥାନୀୟ ଯୁବକ/ଯୁବତୀ ଏ ଯାଏଁ ଏହି ଯୋଜନାରୁ ଲାଭାନ୍ୱିତ ହୋଇଛନ୍ତି । ଏହି ତାଲିମରେ ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା, ଫାଷ୍ଟ-ଏଡ, ରୋଗୀମାନଂକ ସହ ବାର୍ତ୍ତାଳାପ, ରୋଗୀମାନଂକ ସ୍ଥାନ ପରିବର୍ତ୍ତନ, ଡାଟା ରକ୍ଷଣାବେକ୍ଷଣ ତଥା ଅନ୍ୟ ଆନୁସଂଗିକ ରୋଗୀସେବା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଆଇଜିଏଚ୍‍ର ୪-୫ଟି ବିଭାଗରେ ମଧ୍ୟ ଏହି ଶିକ୍ଷାର୍ଥୀମାନେ କାମ କିରବାର ସୁଯୋଗ ପାଇଥିଲେ । ତାଲିମ ସମୟରେ ପ୍ରତ୍ୟେକଙ୍କୁ ପ୍ରତିମାସରେ ୫୫୦୦ ଟଂକା ଷ୍ଟାଇପେଣ୍ଡ ଆକାରରେ ପ୍ରଦାନ କରାଯାଏ । ଉକ୍ତ ତାଲିମ ଫଳରେ ଏହି ଯୁବକ/ଯୁବତୀମାନେ ହସପିଟାଲ, ନର୍ସିଂ ହୋମ ଏବଂ କ୍ଲିନିକ ଗୁଡିକରେ ନିଯୁକ୍ତି ପାଇବା ପାଇଁ ସୁଯୋଗ ପାଇଥାନ୍ତି ।

ସେପ୍‍ଟେମ୍ୱର ୩ ତାରିଖରେ ଆଇଜିଏଚ୍‍ଠାରେ ଅନୁଷ୍ଠିତ ଏକ ଉତ୍ସବରେ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡାକ୍ତର ଏସ୍‍ଏସ୍‍ପତି, ସିଏସ୍‍ଆର ବିଭାଗର ଡିଜିଏମ୍‍ ଇନଗ୍ଭର୍ଜ ଶ୍ରୀ ପି ଏମ୍‍ ବେହେରା, ସିନିୟର ଡେପୁଟି ଡାଇରେକ୍‍ଟର ଡାକ୍ତର ଆର ଆର ମହାନ୍ତି, ସିନିୟର ଡେପୁଟି ଡାଇରେକ୍‍ଟର ଇନଗ୍ଭର୍ଜ ଡାକ୍ତର ଜେ କେ ଆଗ୍ଭର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର୍ଥୀମାନଂକୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

ନିଜର ଅଭିଭାଷଣରେ ଡାକ୍ତର ପତି, ସଫଳତାର ସହ ତାଲିମ ସମାପନ କରିଥିବା ଟ୍ରେନିଜମାନଂକୁ ଅଭିନନ୍ଦନ ଜଣାଇବା ସହ ଆଇଜିଏଚ୍‍ ଏବଂ ସିଏସ୍‍ଆର ବିଭାଗ ପ୍ରୟାସରେ ଅନୁଷ୍ଠିତ ଏହି ତାଲିମ "କୌଶଳ ଭାରତ' ଯୋଜନାର ଅନୁରୂପ ବୋଲି କହିଥିଲେ । ଏହି ଅବସରରେ ଶ୍ରୀ ବେହେରା ଏବଂ ଡାକ୍ତର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଅବତାରଣା କରିବା ସମେତ ଟ୍ରେନିଜ ମାନଂକର ସଫଳ ଭବିଷ୍ୟତ କାମନା କରିଥିଲେ ।

ପ୍ରାରମ୍ଭରେ କାର୍ମିକ ବିଭାଗର ମ୍ୟାନେଜର ଶ୍ରୀ ଏସ୍‍.ବିଶ୍ୱାଳ ଉପସ୍ଥିତ ସମସ୍ତଂକୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ପରିଗ୍ଭଳନା କରିଥିଲେ ଏବଂ ହସପିଟାଲ ସେବା ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ଆର୍‍.କେ.ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଡେଣ୍ଟାଲ ବିଭାଗର ଡେପୁଟି ମ୍ୟାନେଜର ଶ୍ରୀ ସି.ଏସ୍‍.ବହିରମନ, ସାର୍ଟିଫିକେଟ୍‍ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ    

0
0
0
s2sdefault