ହେଡଲାଇନସ୍:

ଆଜିଠୁ  ମୌସୁମୀ ଅଧିବେଶନ : ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବନ୍ଦ ରହିବ ପ୍ରଥମ ଦିନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ମଙ୍ଗଳବାର ବର୍ଷାକାଳୀନ ଅଧିବେଶନ ଆରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟ୍ଟାର୍ଜୀଙ୍କ ପ୍ରତି ବିଧାନସଭାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଦିନକ ପାଇଁ ଗୃହକୁ ମୁଲତବୀ ରଖାଯିବ  । ପୂର୍ବାହ୍ନ ୧୧ଟା ସମୟରେ  ବୈଠକ ଆରମ୍ଭରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଉଦେ୍ଧଶ୍ୟରେ ଶୋକପ୍ରସ୍ତାବ ଆଗତ କରିବେ  । ଏହା ଗୃହର ଅନୁମୋଦନ ଲାଭ କଲା ପରେ ସେମାନଙ୍କ ସ୍ମୃତିଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ ପୂର୍ବକ ଗୃହକୁ ମୁଲତବୀ ରଖାଯିବ  । ମଙ୍ଗଳବାରର ଗୃହରେ ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଉପସ୍ଥାପିତ ହେବାକୁ ଥିବା ପ୍ରଥମ ଅତିରିକ୍ତ ବଜେଟ ଆସନ୍ତା ୫ ତାରିଖରେ ଉପସ୍ଥାପିତ ହେବ । ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହେଉଥିବା ପଂଚଦଶ  ବିଧାନସଭା ତ୍ରୟୋଦଶ ତଥା ସଂକ୍ଷିପ୍ତ ମୌସୁମୀ ଅଧିବେଶନ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଧାର୍ଯ୍ୟ ହୋଇଛି  । ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ କାଳରେ ସମୁଦାୟ ୪ଟି, ସରକାରୀ ବିଲ୍ (ଯଥା- ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ୍ ୨୦୧୮, ଓଡ଼ିଶା ମନ୍ତ୍ରୀମାନଙ୍କର ଦରମା, ଭ । ଓ ପେନସନ ସଂଶୋଧନ ବିଲ୍ ୨୦୧୮, ଗାନ୍ଧୀ  ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟି ବିଲ୍ ୨୦୧୮ ଏବଂ ଓଡ଼ିଶା ସମବାୟ ସମିତି ସଂଶୋଧନ ବିଲ୍ ୨୦୧୮) ଉପସ୍ଥାପିତ ହେବ ବୋଲି ଧାର୍ଯ୍ୟ  ହୋଇଛି  ।

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୌସୁମୀ ଅଧିବେଶନ ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା ବୈଠକରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସମେତ ସମୁଦାୟ ୧୧୨ଜଣ ସଦସ୍ୟ ଉପସ୍ଥିତ ଥିଲେ  ।

ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ କାଳରେ ବିରୋଧୀ ଦଳରେ ଯେକୌଣସି ଇସୁ୍ୟ ଉଠାଇବାକୁ ·ହିଁବ ଏବଂ ଆଲୋଚନା ପାଇଁ ·ହିଁବ ସେଥିପାଇଁ ସରକାର ପ୍ରସ୍ତୁତ ଅଛନ୍ତି  । ଅଧିବେଶନ କାଳରେ ମହାନଦୀ, ପୋଲାଭରମ୍, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରାଯିବ  । ଏହାଛଡ଼ା କେନ୍ଦ୍ର ଅବହେଳାକୁ ମଧ୍ୟ ବିଧାନଭାରେ ଆଲୋଚନା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ବିଧାୟକ ଦଳ ବୈଠକ ଶେଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ମୌସୁମୀ ଅଧିବେଶନ କାଳରେ ୧୧ଟି କାଯର୍ୟଦିବସ ରଖାଯାଇଛି । ପ୍ରଥମ ଦିନ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ନାହିଁ । କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟ ଏବଂ ପୂର୍ବତନ ବାଚସ୍ପତି ସୋମନାଥ ·ଟ୍ଟାର୍ଜୀଙ୍କ ବିୟୋଗ ପାଇଁ ଗୃହରେ ପ୍ରଥମେ ଶୋକପ୍ରସ୍ତାବ ନିଆଯିବ । ଏହା ଗୃହୀତ ହେବା ପରେ ଦିନକ ପାଇଁ ବୈଠକକୁ ମୁଲତବୀ ରଖାଯିବ  । ୫ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବାକୁ ଥିବା ବେଳେ ୬ ତାରିଖରେ ବିଧାନ ପରିଷଦ ସଂକଳ୍ପ ଗୃହରେ  ଉପସ୍ଥାପନ ହେବ  । ଅତିରିକ୍ତ ବଜେଟ ଉପରେ ୩ ଦିନ ଧରି ଗୃହରେ ଆଲୋଚନା କରାଯିବ  । ବିରୋଧୀ ଦଳ ଯେଉଁସବୁ ବିଷୟ ଆଲୋଚନା ପାଇଁ ଆଣିବ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଶ୍ରୀ ଆରୁଖ କହିଛନ୍ତି  ।

0
0
0
s2sdefault