କାମାକ୍ଷାନଗର/ ରିତେଶ ବ୍ରହ୍ମା :ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ,ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି କଙ୍କଡାହାଡ଼ ମିଳିତ ଆନୁକୂଲ୍ୟରେ ଆଜି କଙ୍କଡାହାଡ଼ ବ୍ଲକ ସଭାଘରେ ବ୍ଲକ ସ୍ତରୀୟ ନିଯୁକ୍ତି ଭିତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ଚୁକ୍ତି କରିଥିବା ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଆଇଟିଆଇ, ପଲିଟେକ୍ନିକର ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଶିବିରରେ ପଞ୍ଚମ ଶ୍ରେଣୀ ଠାରୁ ସ୍ନାତକ, ଆଇଟିଆଇ, ପଲିଟେକ୍ନିକରେ ପାଠ ପଢୁଥିବା ଥିବା ଛାତ୍ରଛାତ୍ରୀ ମାନେ କିପରି ଆତ୍ମନିର୍ଭରଶୀଳ ବା ସ୍ୱାବଲମ୍ବୀ ହେଇପାରିବେ ଅବା ସରକାରୀ ଚାକିରୀ କରିପାରିବେ ସେ ବିଷୟରେ ପ୍ରଶିକ୍ଷକ ମାନେ ପରାମର୍ଶ ଦେଇଥିଲେ ।ଏହି ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଜ,ଜିଲ୍ଲା ନିୟୋଜନ ଅଧିକାରୀ କେ ରୋଜା ଡୋରା,ବ୍ଲକ ଅଧ୍ୟକ୍ଷା ଚାରୂଲତା ମିଶ୍ର,ପୂର୍ବତନ ଅଧ୍ୟକ୍ଷ କାର୍ତିକ ସାହୁ,କଙ୍କଡାହାଡ଼ କନିଷ୍ଟ ଅଧ୍ୟାପକ ଲଷ୍ମୀକାନ୍ତ ଶତପଥୀ ଯୋଗଦେଇଥିଲେ । କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ ପ୍ରାସାସନିକ ସ୍ତରରେ ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିରକୁ ୨୧ ଟି ପଞ୍ଚାୟତର ଛାତ୍ରଛାତ୍ରୀ ମାନଂକ ପାଖରେ ସଠିକ ସୂଚନା ପହଁଚି ନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଜିଲ୍ଲା ନିୟୋଜନ ଅଧିକାରୀ କେ ରୋଜା ଡୋରାଙ୍କ ମତାମତ ନେବାରୁ ସେ କହିଲେ ଆମ ତରଫରୁ ବ୍ଲକ ପ୍ରଶାସନଙ୍କୁ ପ୍ରସାର ପ୍ରଚାର ପାଇଁ ସମସ୍ତ ଲିଫ ଲେଟ ଓ ପ୍ରଚାର ଗାଡି ବୋଲାଇବା ପାଇଁ ପୂର୍ବରୁ କୁହାଯାଇଥିଲା ।
ରାଜ୍ୟ
ବିନା ସୂଚନାରେ କଙ୍କଡାହାଡ଼ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର: ଉଦ୍ଦେଶ୍ୟ ଯାଉ ଚୁଲୀକୁ
- Hits: 357











