"ଆମ ଧାମନଗର ଅଂଚଳର ବିକାଶର ଦାଇତ୍ୱ କେବେ ନେବେ !!"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନ


ଭୁବନେଶ୍ୱର: "ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ପ୍ରତିଶ୍ରୁତି ପାଳନ କରିବା କଥା କହିଛନ୍ତି | ମୁଁ ବିନମ୍ରତା ସହିତ ମନପେକାଇବା ପାଇଁ ଚାହେଁ ଯେ ଧାମନଗର ଉପନିର୍ବାଚନ ସମୟରେ ମଧ୍ୟ ଆପଣ ଆମ ଅଂଚଳର ବିକାଶର ଦାଇତ୍ୱ ନେବା କଥା କହିଥିଲେ | ସେହି ଦାଇତ୍ୱର ବର୍ତ୍ତମାନ ସ୍ଥିତି କ'ଣ" ବୋଲି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଛନ୍ତି I
ସେ ପୁଣି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ସେ ଆପଣଙ୍କୁ ସ୍ମରଣ କରାଇବେ ଧାମନଗର ଉପନିର୍ବାଚନ ସମୟରେ ଆପଣ କେଉଁ ଦାଇତ୍ୱ ନେଇଥିଲେ ? 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ 18 ମାସରେ କରିବାର ଯେଉଁ ଘୋଷଣା କରିଥିଲେ ସେକଥା ଆପଣ ସ୍ମରଣ କରନ୍ତୁ ଓ ପ୍ରତିଶ୍ରୁତି କେବେ ପୂରଣ କରିବେ ଆମେ ଧାମନଗରବାସୀ ଅପେକ୍ଷା କରିଛୁ I
ଆପଣ ରାଜନୈତିକ ଫାଇଦା ଅନୁସାରେ ଦାଇତ୍ୱ ନେବା କଥା ଘୋଷଣା କରନ୍ତି ବୋଲି ମୁଁ ଦେଖିବାକୁ ପାଉଛି I ବିଗତ ଦିନରେ ଆପଣ ବାଲେଶ୍ୱର, ତିର୍ତୋଲ, ପିପିଲି, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଦାଇତ୍ୱ ନେଇଥିଲେ, ସେଇ ଦାଇତ୍ୱ ମଧ୍ୟରୁ ଆପଣ କେତେ ପୂରଣକରିଛନ୍ତି ତାହା ମୋର ବିଧାନସଭାରେ ପ୍ରଶ୍ନରେ ଆପଣ ସ୍ପଷ୍ଟ କରିଛନ୍ତି I ଆପଣଙ୍କ କଥା ଏବଂ କାର୍ଯ୍ୟ ଅନେକ ଅସାମଞ୍ଜସ୍ୟ ରହିଛି ମୁଁ ଅନୁଭବ କରିବା ସହିତ ଓଡିଶାବାସୀ ଜାଣି ସାରିଲେଣି ବୋଲି ଶ୍ରୀ ସୁରଜ କହିଛନ୍ତି ।
ସସ୍ମିତ ବାବୁ ଆପଣଙ୍କ ଦଳ ଆପଣଙ୍କୁ ରାଜ୍ୟସଭା ସାଂସଦ କରିଛି, ମୁଁ ଭାବୁଥିଲି ଆପଣ ବୁଝିବିଚାରୀ ମନ୍ତବ୍ୟ ରଖୁଥିବେ କିନ୍ତୁ କିଛିଦିନ ହେଲା ଦେଖୁଛି କିଛି ନଭାବି କେବଳ ମିଡ଼ିଆରେ ଚର୍ଚ୍ଚାରେ ରହିବାପାଇଁ କୁହାଳିଆ କଥା କହୁଛନ୍ତି I ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ 2018ରେ ଆପଣଙ୍କ ମନ୍ତ୍ରୀ କ’ଣ ଉତ୍ତର ଦେଇଥିଲେ ତାହା ପ୍ରକାଶ କରିବାସହ ଏହି ବିଷୟରେ ଆମ ଦଳ ସ୍ପଷ୍ଟ କରିସାରିଛି I ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ବିଶେଷ ରାଜ୍ୟ ପାହ୍ୟା ମାନ୍ୟତାର ବ୍ୟବସ୍ଥା ଆଉ ନାହିଁ । ସବୁ ଜାଣିଥିବା ସତ୍ତ୍ୱେ କେବଳ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଏ ସମ୍ପର୍କରେ ଆପଣ ଟ୍ୱଇଟ କରିଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି ।
ଆମ ନେତା ଧର୍ମେନ୍ଦ୍ର ଭାଇ ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ନ ଦେଇ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି I ସସ୍ମିତ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ ସମୟରେ ଦୁଇଟି ସ୍ଥାନରେ ଯେଉଁ ଭାଷଣ ଦେଲେ ତାହାର ସ୍କ୍ରିପ୍ଟ ସମାନ ଥିଲା, ଏହା ତ୍ରୁଟି ଥିଲା ନା ଜାଣିଶୁଣି ପଢିଥିଲେ ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆପଣଙ୍କ ସରକାରରେ କହିବା ଓ କାର୍ଯ୍ୟ କରିବାରେ ସାମଞ୍ଜସ୍ୟ କେତେ ଅଛି ?

0
0
0
s2sdefault