-
ଘଟଣା ସ୍ଥଳରେ ପୋଲିସର ଫୋରେଂସିକ ଟିମ
-
ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ର ତତ୍ପରତା
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ନୃସିଂହନାଥ ଝରଣା କୁ ଗାଧୋଇବା ପାଇଁ ଯାଇଥିବା ନମିତା ସତନାମୀ (20)ନାମକ ଜଣେ ଯୁବତୀ , ଗାଧୋଇବା ପୂର୍ବରୁ ଝରଣା ପାଖରେ ଥିବା ବୁଦା ଜଙ୍ଗଲ ଭିତରକୁ ଶୌଚ ପାଇଁ ଯାଇଥିବା ସମୟରେ, ଜଣେ ଯୁବକ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଥିଲା । ଆକ୍ରମଣ ର ଶିକାର ହୋଇଥିବା ଯୁବତୀ ଙ୍କର ଚିତ୍କାର ଶୁଣି ତାଙ୍କ ସହିତ ଗାଧୋଇ ଯାଇଥିବା ତାଙ୍କର ସାନ ଭଉଣୀ ଛୁଟି ଆସିଥିଲେ । ବଡ ଭଉଣୀ କୁ ଆକ୍ରମଣ ହେଉଥିବା ଦେଖି ସାନ ଭଉଣୀ ଆତତାୟୀ କବଳରୁ ବଡ ଭଉଣୀ କୁ ରକ୍ଷା କରିବାର ପ୍ରୟାସ କରିଥିଲା । ହେଲେ ସାନ ଭଉଣୀ ମଧ୍ୟ ହତ୍ୟାକାରୀ ର ଶିକାର ହୋଇଥିଲା । ତାର ହାତରେ ଧାରୁଆ ଅସ୍ତ୍ର ବାଜି ହାତ ପାପୁଲି କଟି ଯାଇଥିଲା । ଉକ୍ତ ଆକ୍ରମଣରେ ହତ୍ୟାକାରୀ ମୃତ ଯୁବତୀ ର ବେକ କୁ କାଟି ଦେଇଥିଲେ ।
ଏହାପରେ ପାଇକମାଲ ଥାନାକୁ ଖବର ପହଂଚିବା ପରେ ଥାନା ଅଧିକାରୀ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ପରବର୍ତ୍ତୀ ପର୍ଯୟରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ ଓ ବଲାଙ୍ଗୀର ରୁ ଫୋରେଂସିକ ଟିମ ଆସି ଅନୁସନ୍ଧାନ କରିଥିଲେ । ତେବେ ହତ୍ୟା କରିବା ପରେ ହତ୍ୟାକାରୀ ଫେରାର ଥିବା ବେଳେ ପୋଲିସ ତରଫରୁ ହତ୍ୟାକାରୀ କୁ ଧରିବା ପାଇଁ ବ୍ୟାପକ ଭାବରେ ପ୍ରୟାସ ଜାରି ରହିଛି । ହତ୍ୟାର ସଠିକ କାରଣ ଜଣା ପଡି ନଥିବା ବେଳେ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ନିଜେ ଏହି କେଶ ର ଦାଇତ୍ୱ ଗ୍ରହଣ କରିଛନ୍ତି । ଘଟଣା ସ୍ଥଳରୁ ଫୋରେଂସିକ ଟିମ କୁ ମିଳିଥିବା ସମସ୍ତ ପ୍ରମାଣ ସଂଗ୍ରହ ଜରିବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠେଇ ଦେଇଛି । ପାଇକମାଲ ଥାନାରେ କେଶ ନମ୍ବର 45/2023 ଧାରା 307 ,302 ରେ କେଶ ରୁଜୁ କରି ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।।