ମହିଳା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗ ତରଫରୁ ପାଠଚକ୍ର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବୁଧବାର ଦିନ ଯୁକ୍ତ ତିନି ଦ୍ୱିତୀୟ ବାର୍ଷିକ ଛାତ୍ରୀ ମାନଙ୍କ ତରଫରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡ଼ ରୀନା ସାହୁ, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀ ସିମାଞ୍ଚଳ ପାତ୍ର ଅତିଥି ଅଧ୍ୟାପକ ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ।
ମୋ ଓଡିଶା ସଙ୍ଗୀତ ପରିବେଷଣ କରିବା ପରେ ବିଭାଗୀୟ ମୁଖ୍ୟ ଡ଼ ଭାରତୀ ପାଣିଗ୍ରାହୀ ଅତିଥୀ ପରିଚୟ ପ୍ରଦାନ କରି ପାଠଚକ୍ରର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସୁଶ୍ରୀ ମୋନାଲିସା ଚରତି ଏବଂ ଦିପ୍ତୀ ଗମାଙ୍ଗ ଭାରତୀୟ ସମାଜ ଓ ସଂସ୍କୃତି ଉପରେ ବୌଦ୍ଧଧର୍ମର ପ୍ରଭାବ ସଂପର୍କୀୟ ସ୍ୱଲିଖତ ସନ୍ଦର୍ଭ ପାଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାତ୍ର ମଧ୍ୟ ଉପରୋକ୍ତ ବିଷୟବସ୍ତୁ ସଂପର୍କରେ ନିଜସ୍ୱ ଅଭିମତ ରଖି ଛାତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ମାଧ୍ୟମରେ ତଥ୍ୟ ପ୍ରଦାନ କରିଥିଲେ । ସେହିଭଳି ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀମାନଙ୍କ ଉଚ୍ଚ ପ୍ରଶଂସା କରିବା ସହ ଏଭଳି ରୀତିମତ ଭାବେ ପାଠଚକ୍ର ଆୟୋଜନ କରିବା ଦ୍ୱାରା ଛାତ୍ରୀମାନଙ୍କର ଜ୍ଞାନ ର ବିକାଶ ହେବା ସହ ଶିକ୍ଷାର ମାନଦଣ୍ଡ ବୃଦ୍ଧି ହେବ ବୋଲି କହିଥିଲେ । ଶେଷରେ ରଂଜିତା ବଡମୁଣ୍ଡି ଏବଂ ମୋନାଲିସା ଚରତି ଧନ୍ୟବାଦ ଅର୍ପଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଯୁକ୍ତ ତିନି ଇତିହାସ ବିଭାଗର ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ତୃତୀୟ ବର୍ଷ ର ସମସ୍ତ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

0
0
0
s2sdefault