-କଙ୍କଡାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂଚନା ଅଧିକାର ଆଇନରେ ତଥ୍ୟ ଦେବା ପାଇଁ ତାଗିଦ କଲେ ଜିଲ୍ଲାପାଳ ।

କଙ୍କଡାହାଡ଼(ରିତେଶ ବ୍ରହ୍ମା) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ହୋଇଛି ।ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ ।ଏଥିରେ ୯୬ ଟି ଅଭିଯୋଗ ଆସିଥିଲା ।କଙ୍କଡାହାଡ଼ ବ୍ଲକରେ ବର୍ଷ ୨୧-୨୨,୨୨-୨୩ରେ ଜଳ ବିଭାଜିକାରେ କାମ ହେଇଥିବା ସମସ୍ତ ତଥ୍ୟ ଜାଣିବା ପାଇଁ ଅରବିନ୍ଦ ପାଳ ସୂଚନା ଅଧିକାର ଆଇନରେ ମାଗିଥିଲା ବେଳେ ବିଭାଗ ତରଫରୁ ତଥ୍ୟ ଦିଆ ଯାଇ ନଥିବାରୁ ଅରବିନ୍ଦ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଏହା ଉପରେ ଜିଲ୍ଲାପାଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକଙ୍କୁ ଖୋଜିଥିଲେ | ସେ ଅନୁପସ୍ଥିତ ଥିବାରୁ ତାଙ୍କ ଜାଗାରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସମ୍ପଦ ସାମଲଙ୍କୁ ତାଗିଦ କରିଥିଲେ ସୂଚନାର ତଥ୍ୟ ଦେବା ପାଇଁ । ଅନୁରୂପ ଭାବେ କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଅଭିଯୋଗ ହେଇଥିଲା କଙ୍କଡାହାଡ଼ ବ୍ଲକରେ ସୂଚନା ଅଧିକାର ଆଇନରେ ସୂଚନାର ତଥ୍ୟ ମିଳୁ ନାହିଁ ।ଆବାସ ଅନିୟମିତତା ଉପରେ ୫୨ ଟି ଅଭିଯୋଗ ହୋଇଥିଲା ବେଳେ ଅନ୍ୟାନ୍ୟ ୪୪ ଟି ଅଭିଯୋଗ ହୋଇଥିଲା । ରେଡ଼କ୍ରସରୁ ୨୦୦୦୦ ଟଙ୍କା ୨ ଜଣ ଅସହାୟ ଲୋକଙ୍କୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ ।ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ ଦରୱାନ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ତହସିଲଦାର ଚିନ୍ମୟ ଦାସ,ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁର୍ଗାଚରଣ ମୁର୍ମୁ, ବ୍ଲକ ଅଧ୍ୟକ୍ଷା ଚାରୂଲତା ମିଶ୍ର, ଉପାଧ୍ୟକ୍ଷା ଦୀପା ସାହୁ,କଙ୍କଡାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault