-
କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ,
-
ଖବର ସଂଗ୍ରହ କାରୀ ସାମ୍ବାଦିକଙ୍କ ନାମରେ ଆକ୍ରୋଶମୂଳକ ଭାବେ ଥାନାରେ କଲେ ଅଭିଯୋଗ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବାନାଞ୍ଚଳ ଅଧିକାରୀଙ୍କ କନ୍ଧମାଳ ଜିଲ୍ଲା ବୈୖାଦ୍ଧ ଡିଭିଜନକୁ ଗତ ପ୍ରାୟ ଏକମାସ ହେବ ବଦଳି ହୋଇଥିଲେ ମଧ୍ୟ ପୂର୍ବରୁ ଅନେକ ଘଟଣାରେ ଛନ୍ଦି ହୋଇପଡିଥିବା ଅଧିକାରୀ ଏଠାରେ ରହି ସାଧାରଣ ଜନତାଙ୍କୁ ଦବଙ୍ଗଗିରୀ ଦେଖାଇ ଚାଲିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଗୁରୁବାର ସକାଳେ ଓଡ଼ଗାଁ ବନାଞ୍ଚଳ ଶିଙ୍ଗାରପଲ୍ଲୀ ପଞ୍ଚାୟତ ଆମ୍ବପଡା ଗ୍ରାମ ପରିଚାଳନା କମିଟି ଓ କିଛି ଗ୍ରାମବାସୀ ତାଙ୍କ ଗ୍ରାମରେ ହେବାକୁ ଥିବା ନୂତନ ବିଟ୍ ହାଉସ୍ ଗୃହ ନିର୍ମାଣ ସମ୍ପର୍କରେ ଅଭିଯୋଗ ଦେବାକୁ ଆସିଥିଲେ । ଅନ୍ୟମାନେ ଅଟୋଯୋଗେ ଆସୁଥିବା ବେଳେ ବାଇକରେ ଆସିଥିବା ୨/୩ ଜଣ ଅଭିଯୋଗକାରୀ ଅଫିସ ଫାଟକ ମୁହଁରେ ଅନ୍ୟ ସହଯୋଗୀଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ । ସେମାନଙ୍କୁ ଦେଖି ବନାଞ୍ଚଳ ଅଧିକାରୀ କଣହେଲାବୋଲି ପଚାରିବାରୁ ଘଟଣା ସମ୍ପର୍କରେ ସେମାନେ ଜଣାଇବା ସହିତ ଅଭିଯୋଗ ପତ୍ର ଦେବାକୁ ବାହାରିଥିଲେ । ହେଲେ ବନାଞ୍ଚଳ ଅଧିକାରୀ ଦରଖାସ୍ତ ରଖିବା ଦୁରରକଥା, କୋଅଠି ଶୋଇଥିଲ ଏବଂ ତୁମେ ଅଭିଯୋଗ କରିବାକୁ କିଏ ବୋଲି କହି ଧମକାଇ ଥିଲେ । ବନାଞ୍ଚଳ ଅଧିକାରୀଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ସେମାନେ ବାଧ୍ୟ ହୋଇ ସାମ୍ବାଦିକଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ସାମ୍ବାଦିକ ମାନେ ପହଁଞ୍ଚି ଥିଲେ । ସାମ୍ବାଦିକ ମାନଙ୍କ ସାମ୍ନାରେ ଅଧିକାରୀଙ୍କୁ ପୁଣି ଅଭିଯୋଗ ପତ୍ର ପ୍ରଦାନ କରିବା ସମୟରେ ସାମ୍ବାଦିକ ଓ ଜନସାଧାରଣଙ୍କୁ ଏଠାରୁ ବାହାରିଯାଅ ବୋଲି ଧମକାଇ ଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୋଗକାରୀ ମାନେ ଅଫିସ ସାମ୍ନାରେ କିଛି ସମୟ ପାଇଁ ବସି ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ଓଡ଼ଗାଁ ଆଇଆଇସି ପହଁଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ବନାଞ୍ଚଳ ଅଧିକାରୀଙ୍କ ସାମ୍ନାରେ ଆଲୋଚନା କରି ଆମ୍ବପଡା ଗ୍ରାମବାସୀଙ୍କୁ ପୁଣି ଏକ ଦରଖାସ୍ତ ଦେବାକୁ କହି ସମାଧାନ କରିବା ପରେ ସମସ୍ତେ ରାଜି ହୋଇ ଫେରିଯାଇଥିଲେ । ହେଲେ ବନାଞ୍ଚଳ ଅଧିକାରୀ ନିଜ କଥାପାଇଁ ଅନୁଶୋଚନା କରିବା ପରିବର୍ତ୍ତେ ଓଡ଼ଗାଁ ଥାନାରେ ପହଁଞ୍ଚି ଅଫିସ କାର୍ଯ୍ୟରେ ବାଧାସୃଷ୍ଟି କରିବା ଇତ୍ୟାଦି ବିଭିନ୍ନ ମିଥ୍ୟା ଅଭିଯୋଗରେ ଗ୍ରାମବାସୀ ଓ ଖବର ସଂଗ୍ରହ କାରି ସାମ୍ବାଦିକଙ୍କ ନାମରେ ଏକ ଏତଲା କରିଥିବା ଜଣାପଡିଛି । ବହୁ ଘଟଣାରେ ଛନ୍ଦି ହୋଇ ପଡିଥିବା ବନାଞ୍ଚଳ ଅଧିକାରୀ ବିଚଳିତ ହୋଇ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ବାହାନାରେ ଏଭଳି କାର୍ଯ୍ୟ କରିଥିବା ନେଇ ଆମ୍ବପଡା ଗ୍ରାମବାସୀ କହିଥିବା ବେଳେ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଠାରୁ ରାଜ୍ୟ ପ୍ରଶାସନ ପର୍ଯ୍ୟନ୍ତ ଅଧିକାରୀ ମାନେ ହସ୍ତକ୍ଷେପ କରି ଏଭଳି ଅବିବେକି ଅଧିକାରୀଙ୍କୁ ତୁରନ୍ତ ରିଲିଭ କରିବାକୁ ଦାବି କରିଛନ୍ତି ।