ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" କୃଷି ଓ କୃଷକ ରାଜ୍ୟର ମେରୁଦଣ୍ଡ, କୃଷି ଓ କୃଷକ ର ଉନ୍ନତି ନିମନ୍ତେ ଜଳ ଅମଳ ଓ ସୁପରିଚାଳନା ର ଆବଶ୍ୟକତା ରହିଛି  "

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ଜଳ ସମ୍ପଦ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ ତା 0୧ ରୁ ୧୫ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପାଳନ ସମାରୋହ ନୂତନ ଟାଉନ ହଲ ସୋନପୁର ଠାରେ  ଆଜି ଅନୁଷ୍ଠିତ ହୋଇଯାଇଛି l ଅଦ୍ୟ ଅନୁଷ୍ଠିତ ସମାରୋହରେ  ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆମ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ରହିଥିବା ବେଳେ ଜିଲ୍ଲାର କୃଷି ଓ କୃଷକ ରାଜ୍ୟ ର ଗୌରବ ବୋଲି ମତବ୍ୟକ୍ତ କରିଥିଲେ  l ପୁନଶ୍ଚ କୃଷି ଓ କୃଷକ ଙ୍କୁ ସଶକ୍ତ କରାଇବାରେ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧରହିଥିବା କହିବା ସହ ଜିଲ୍ଲାର କୃଷି ଭିତ୍ତିଭୂମି ର ବିକାଶ ତଥା କୃଷକଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକାରୀତା ର ଆଲୋକପାତ କରିଥିଲେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ l ସେ ଏହି ଅବସରରେ ଜିଲ୍ଲାରେ ଉପଲବ୍ଧ ବିଭିନ୍ନ ସୂତ୍ରରୁ ମିଳୁଥିବା ଜଳର ଉପଯୁକ୍ତ ଅମଳ ତଥା ପରିଚାଳନା ଓ ସୁବଣ୍ଟନ ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ଅନୁଷ୍ଠିତ ସମାରୋହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଞ୍ଜିନିୟର ଇନ ଚିଫ ତଥା ସ୍ୱତନ୍ତ୍ର ସଚିବ, ଜଳ ସମ୍ପଦ ବିଭାଗ ଓଡିଶା ଇଂ ଆଶୁତୋଷ ଦାଶ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ଏଜିଏମ ନାବାର୍ଡ ତାପସ ଶେଖର ରାଉତ,ଇ ଇ ତେଲ ଇରିଗେଶନ ଜିତେନ୍ଦ୍ର କୁମାର ପାଢ଼ୀ, ଇ ଇ ଟି ପି ଓ ଡବ୍ଲୁ ଡି ଏଲ ସତ୍ୟ ନାରାୟଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ , ପି ଡି ଜଳ ବିଭାଜିକା ପ୍ରକଳ୍ପ ରମେଶ ଚନ୍ଦ୍ର ଦେହୁରୀ, ସି ଡି ଭି ଓ ଅନନ୍ତ କୁମାର ପଣ୍ଡା  ପ୍ରମୁଖ ଯୋଗଦାନ କରି ଚାଷ ଓ ଦୈନଦିନ ଜୀବନରେ ଜଳର ସୁପରିଚାଳନା ଓ ସୁଷମ ପ୍ରୟୋଗ ର ଉପକାରିତା ଓ ସମାଜରେ ଏହାର ସୁପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ l ସମାରୋହ ରେ ନିର୍ବାହୀ ଯନ୍ତ୍ରୀ ଉଠା ଜଳ ସେଚନ ଇଂ ପ୍ରଫୁଲ୍ଲ ବେହେରା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ଉଦ୍ୟେଶ  ଓ ଆଭିମୁଖ୍ୟ ସହ ପାଣି ପଞ୍ଚାୟତ ଗଠନ ଓ କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ  ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିଲେ l ଅତିଥି ବୃନ୍ଦ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ସହ ଜିଲ୍ଲାର ଉତ୍ତମ ପାଣିପାଞ୍ଚାୟତ ଗୁଡିକୁ ପୁରସ୍କୃତ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ବିଭିନ୍ନ ବିଭାଗ ତରଫରୁ ଖୋଲା ଯାଇଥିବା  ପ୍ରଦର୍ଶନୀ ମଣ୍ଡପ ର ଉଦଘାଟନ କରିଥିଲେ l
0
0
0
s2sdefault