ସଡକ ସୁରକ୍ଷା ନିମନ୍ତେ ସଚେତନତା ଶୋଭାଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଗମନାଗମନ ଓ ବିକାଶ ର ମାର୍ଗ ହେଉଛି ସଡକ । ଗୋଟେ ସୁନ୍ଦର ସଡକ ଲୋକଙ୍କ ଆର୍ଥିକ ସ୍ଥିତି କୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ । ଏହସହିତ ପ୍ରତେକ ଦିନ କୋଣସି ନା କୋଣସି ସ୍ଥାନରେ ସଡକ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଘଟଣା ଗଣମାଧ୍ୟମ ର ଶିରୋନାମ ମଣ୍ଡନ କରୁଛି । ଅତ୍ୟନ୍ତ ଦୁଃଖଦ ଘଟଣା ହେଲା ଦୁର୍ଘଟଣାରେ ଅନେକ ବହୁମୂଲ୍ୟ ଜୀବନ ତ ଯାଉଛି ଏହା ସହିତ ଅନେକ ପରିବାର ପ୍ରତକ୍ଷ ଭାବରେ ନିଜର ସର୍ବସ୍ବ ହରାଉଛନ୍ତି । ସଡକ ଦୁର୍ଘଟଣା କୁ ରୋକିବା ନିମନ୍ତ ସରକାର ଙ୍କର ତରଫରୁ ଅନେକ ପ୍ରୟାସ କରାଯାଇଛି ହେଲେ ସଚେତନତା ଓ ସତର୍କତା ର ଅଭାବ କାରଣରୁ ଏବେ ମଧ୍ୟ ପ୍ରତେକ ଦିନ ଅନେକ ପରିବାର ଉଜୁଡି ଯାଉଛି । ସଡକ ଦୁର୍ଘଟଣା କୁ ରୋକିବା ପାଇଁ ସରକାର ଙ୍କର ସହିତ ଅନେକ ସ୍ବେଚ୍ଛାସେବୀ ସଂସ୍ଥା , ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଅନେକ ସମୟରେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ ଓ ସତର୍କ କରେଇବା ପାଇଁ ପ୍ରୟାସ କରାଯାଇ ଥାଏ । ଏହିକ୍ରମରେ ଆଜି ପାଇକମାଲ ଅଞ୍ଚଳରେ କାର୍ଯରତ ସ୍ବେଚ୍ଛାସେବୀ ସଂସ୍ଥା ମାସ ଓ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଡକ ସୁରକ୍ଷା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ରୁ ବାହାରି ପାଇକମାଲ ପରିକ୍ରମା କରିଥିଲେ । ଏହା ସହିତ ଗାଡି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ବାବଦରେ ଅବଗତ କରାଇବା ସହିତ ନିୟମ ପାଳନ କରି ସୁରକ୍ଷିତ ରହିବାକୁ ଅନୁରୋଧ କରିଥିଲେ । ମାସ ର ମୁଖ୍ୟ ଶ୍ରୀ ଆଦିକନ୍ଦ ବିଶ୍ୱାଳ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଅୟୋଜିତ ଏହି ସଚେତନତା ରେଲି ରେ ମହାବିଦ୍ୟାଳୟ ର ପ୍ରାୟ ତିନି ଶହ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault