କାମାକ୍ଷାନଗର/ରିତେଶ ବ୍ରହ୍ମା:ଆରମ୍ଭ ହେଲା କାମାକ୍ଷାନଗର ମହୋତ୍ସବ।-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ପ୍ରଥମ ଥର ପାଇିଁ ଆୟୋଜନ ହେଉଥିବା " କାମାକ୍ଷାନଗରର ମହୋତ୍ସବ"ର ଆଜି ଥିଲା ଉଦଘାଟନି ଉତ୍ସବ।୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଆଜି ପ୍ରଥମେ ସକାଳେ ସ୍ଥାନିୟ ହନୁମାନ ମନ୍ଦିର ଠାରୁ ଉପଖଣ୍ଡସ୍ତରିୟ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଷ୍ଟାଡିୟମ ଠାରେ ପହଞ୍ଚିଥିଲା।ଏହି ଶୋଭାଯାତ୍ରାରେ ଉପଖଣ୍ଡ ହଜାର ହଜାର ଜନ ସାଧାରଣ ଉପସ୍ଥିତ ଥିଲେ।ମହୋତ୍ସବର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି,ନଗରପାଳ ଧର୍ମାନନ୍ଦ ପରିଡା,ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ,ଭୂବନ ନଗରପାଳ ଶୁଭେନ୍ଦୁ ସାହୁ,ଭୂବନ ବ୍ଲକ ଅଧକ୍ଷ ସିପ୍ରାବରାଳ,ପର୍ଜଙ୍ଗ ବ୍ଲକ ଅଧକ୍ଷା ଚାରୁଲତା ମିଶ୍ର,ପର୍ଜଙ୍ଗ ବ୍ଲକ ଅଧକ୍ଷ୍ୟା ଶର୍ମିଷ୍ଠା ଦଳବେହେରା,୪ଟି ବ୍ଲକର ବିଡିଓ,ତହସିଲଦାରଙ୍କ ସମେତ ସମସ୍ତ ବ୍ଲକର କର୍ମଚାରି ଉପସ୍ଥିତ ଥିଲେ।ମହୋତ୍ସବ ପାଇିଁ-ନୂଆ ରୂପରେ ସଜେଇ ହୋଇଛି ସଂମ୍ପୁର୍ଣ କାମାକ୍ଷାନଗର ସହର।ଏହି ଅବସରରେ ଏକ ସ୍ମରଣିକା "କାମାକ୍ଷୀ" ଉନ୍ମୋଚନ କରାଯାଇଛି।ଯେଊଁଥିରେ କାମାକ୍ଷାନଗର କଳା,ସଂସ୍କୃତି ସବୁ ସ୍ଥାନ ପାଇଛି।ସହରର ସବୁ କାନ୍ଥକୁ ଏବେ ଚିତ୍ରରେ ରଙ୍ଗିନ ହୋଈପଡିଛି। ଓଡିଶା ବିକାଶ ଚିତ୍ର ସାଙ୍ଗକୁ କଳା ସଂସ୍କୃତି।ପୂରୂଣା କିର୍ତ୍ତିରାଜି ଓ ଏୈତିହ ସବୁ ଶୋଭା ପାଉଛି ଏହି ଚିତ୍ର କଳା ମାଧ୍ୟମରେ।ଏହି ମହୋତ୍ସବରେ ଯୋଗଦେବାକୁ ଆସୁଥିବା ରାଜ୍ୟ ତଥା ରଜ୍ୟ ବାହାରର ପ୍ରତିଯୋଗି କିମ୍ବା ବ୍ୟବସାୟି ସମସ୍ତଙ୍କ ପାଖରେ ଆମ କଳା ସଂସ୍କୃତିକୁ ପହଞ୍ଚାଇବାର ଉଦ୍ୟେଶ୍ୟ ନେଇ ଆରମ୍ଭ କରାଯାଇବା ଏହି ନିୟାରା ପ୍ରୟାଶ ବୋଲି କହିଛନ୍ତି ନଗରପାଳ ଧର୍ମାନନ୍ଦ ପରିଡା।।ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାର ସାଙ୍ଗକୁ ବ୍ୟବସାୟି ମାନେ ଏହି ମହୋତ୍ସବରେ ସାମିଲ ହୋଇଥିବାର କହିଛନ୍ତି ମହୋତ୍ସବ କମିଟିର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ।ସବୁଜ ସୁନ୍ଦର କାମାକ୍ଷାନଗର ଆଜି ଠାରୁ ୫ଦିନ ଯାଏଁ କଳା ସଂସ୍କୃତିର ଝଲସରେ ଝଲସି ଉଠିବ।।ଏହି ମହୋତ୍ସବ ପାଇିଁ ସଂମ୍ପୁର୍ଣ ସହଯୋଗର ହାତ ବଢାଇଛନ୍ତି ବିଧାୟକ ତଥା ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରି ପ୍ରଫୁଲ୍ଲ ମଲିକ।ପ୍ରତ୍ୟେକ ଦିନ ନିଜେ ଉପସ୍ଥିତ ରହି ପ୍ରତ୍ୟେକଟି କାର୍ଯ୍ୟକୁ ତଦାରଖ କରୁଛନ୍ତି।କାମାକ୍ଷାନଗରକୁ ଏକ ନୂତନ ପରିଚୟ ଦେବା ସହ ଏକ ସୁନ୍ଦର ସହର ପାଇିଁ ଯାହା ଯାହା ଆବଶ୍ୟକ ସେଥିପାଇିଁ ସବୁ କାର୍ଯ୍ୟକ୍ରମ କରାଯାଉଥିବାର କହିଛନ୍ତି।ମହୋତ୍ସବରେ ୫ଦିନ ଯାଏ ନାଚ,ଗିତ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରତ୍ୟେକ ଦିନ ସଂଧ୍ୟାରେ ଓଡିଶାର ଆଗଧାଡିରେ କଣ୍ଠଶିଳ୍ପିଙ୍କୁ ନେଇ ଗିତ ପରିବେଷଣ କରାଯିବ ।ତାସହିତ କିଣାବିକା କରିବା ପାଇିଁ ରାଜ୍ୟ ତଥା ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟିଙ୍କ ପାଇିଁ ଷ୍ଟାଡିୟମର ଚତୁର୍ପାର୍ଶ୍ବରେ ବିଭିନ୍ନ ପ୍ରକାରର ଷ୍ଟଲ ମଧ୍ୟ କରାଯାଇଛି।ଏହି ଷ୍ଟଲରେ ସୁସାଦୁ ଖାଦ୍ୟ ସାଙ୍ଗକୁ SHG ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ହାତ ତିଆରି ଘରକରଣାର ଜିନିଷ ମଧ୍ୟ ମିଳିପାରୁଛି।ସଂଧ୍ୟାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ,ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ୍ୟା ଶ୍ରିମୟି ମିଶ୍ର,ହିନ୍ଦୋଳ ବିଧାୟିକା ସିମାରାଣି ନାୟକ, ପ୍ରମୂଖ ଉପସ୍ଥିତ ରହିଥିଲେ।
ରାଜ୍ୟ
କାମାକ୍ଷାନଗର ମହୋତ୍ସବ ଉଦ୍ଘାଟିତ
- Hits: 272