ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ଯୋଡ଼ାବ୍ଲକ ଘେରାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯୋଡ଼ା / ପାର୍ଥ ସାରଥି ଷଡ଼ଙ୍ଗୀ:  ଯୋଡ଼ାବ୍ଲକ ରେ ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଯୋଡ଼ାବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା । ସୂଚନା ଯୋଗ୍ୟଯେ ଗତ ୨୫ ତାରିଖରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ତାଲିକାଭୁକ୍ତ କରିବା ପାଇଁ ଯୋଡ଼ା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଇତି ମଧ୍ୟରେ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବାରେ ବ୍ଲକ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁ ଛନ୍ତି । ସେଥିପାଇଁ ବିଭିନ୍ନ ଗ୍ରାମରୁ ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ଼ ସହିତ ଆବେଦନ ପତ୍ର ଯୋଡ଼ା ବ୍ଲକ ବିଡ଼ିଓ ଶ୍ରୀ ଜଗନ୍ନାଥ ହନୁମାନଙ୍କୁ ଆଜି ପ୍ରଦାନ କରାଗଲା | ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ ଦାବି କରାଯାଇଥିଲା । ଏହି ଘେରାଉର ନେତୃତ୍ୱ ନେଉଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ପ୍ରଧାନ ମନ୍ତ୍ରୀ ମୋଦି ଦେଶର ପ୍ରତ୍ୟେକ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା ପାଇଁ ଚିଠା ପ୍ରସ୍ତୁତ କରିବାକୁ ରାଜ୍ୟକୁ ବାରମ୍ବାର କହୁଥିବା ବେଳେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ ।  ଥିଲା ବାଲାଙ୍କ ଠାରୁ ପଇସା ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କରୁଥିବା ଅଧିକାରୀ ଓ କର୍ମଚାରୀ ମାନେ ଏଭଳି ଦୁର୍ନୀତି କରିବାରୁ କ୍ଷାନ୍ତ  ରହିବା ପାଇଁ ଚେତାବନୀ ଦେବା ସହ ଏଭଳି କାର୍ଯ୍ୟରେ ଲିପ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ଶର୍ମା ଦାବି  କରିଥିଲେ | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନଦୀ ସୁରକ୍ଷା ସମିତି ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ ଗରିବ ଲୋକଙ୍କର ଅଭିଶାପ ଏ ରାଜ୍ୟ ସରକାରକୁ ଓପାଡ଼ି ଫିଙ୍ଗିବ ଯଦି ଆଜି ଦିଆଯାଇଥିବା ତାଲିକାକୁ ଓ ରହିଯାଇଥିବା ଲୋକଙ୍କୁ ଅତିଶୀଘ୍ର ତାଲିକାଭୁକ୍ତ କରାନଗଲେ ଯୋଡ଼ାବ୍ଲକ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ମିଶ୍ର, ଚମ୍ପୁଆ ବିଧାନସଭା ସଂଯୋଜକ ତଥା ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର, ୨୮ନଂ ଜୋନ ଜିଲାପରିଷଦ ସଭ୍ୟ ଡ଼ମ୍ବରୁଧର କୁଦାଦାଃ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ କୁମାର ବାରିକ, ଭଦ୍ରସାହି ମଣ୍ଡଳ ସଭାପତି ସତ୍ୟବ୍ରତ ଜେନା, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚର୍ଚ୍ଚିଲ ମହାକୁଡ଼, ବସନ୍ତ ଗିରି, ଭାଗବତ ନାଏକ, ଶ୍ରୀଚରଣ ମୁଣ୍ଡା, ମିଶ୍ର ପଲେଇ, ମଙ୍ଗଳ ମୁଣ୍ଡା, ରୀନା ଦତ୍ତ ପ୍ରମୁଖ ବିଜେପି ପଦାଧିକାରୀଗଣ ଏହି ଘେରାଉରେ ବ୍ଲକ ପ୍ରଶାସନ କୁ ଚେତାବନୀ ଦେଇଥିଲେ ।

0
0
0
s2sdefault