ଚମ୍ପୁଆ/ ରାଜେଶ ଆଚାର୍ଯ୍ୟ: ଚମ୍ପୁଆ ବ୍ଲକ ଅଧିନସ୍ଥ ଚମ୍ପୁଆ ଗ୍ରାମୀଣ ମଣ୍ଡଳ, ଭଣ୍ଡା ମଣ୍ଡଳ ଏବଂ ଚମ୍ପୁଆ ନଗର ମଣ୍ଡଳର ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଚମ୍ପୁଆ ବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା । ସେଥିପାଇଁ ବିଭିନ୍ନ ଗ୍ରାମରୁ ଯୋଗ୍ୟ ହିତାଧିକାରୀଙ୍କ ଆଧାର କାର୍ଡ଼ ସହିତ ଆବେଦନ ପତ୍ର ଚମ୍ପୁଆ ବ୍ଲକ ବିଡ଼ିଓ ଜୋତ୍ସ୍ନାରାଣୀ ନାଏକ ଙ୍କୁ ଆଜି ପ୍ରଦାନ କରାଗଲା ଏବଂ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦେବାକୁ କୁହାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଥିଲା । ପ୍ରଧାନ ମନ୍ତ୍ରୀ ମୋଦି ଦେଶର ପ୍ରତ୍ୟେକ ଗରିବ ପରିବାରକୁ ପକ୍କାଘର ଦେବା ପାଇଁ ଚିଠା ପ୍ରସ୍ତୁତ କରିବାକୁ ରାଜ୍ୟକୁ ବାରମ୍ବାର କହୁଥିବା ବେଳେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାରେ କାହିଁକି କୁଣ୍ଠାବୋଧ କରୁଛନ୍ତି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଥିଲେ । ଥିଲା ବାଲାଙ୍କ ଠାରୁ ପଇସା ନେଇ ଦୁର୍ନୀତି କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ଶର୍ମା କହିଥିଲେ ।
ଏହି ଘେରାଉର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ନଦୀ ସଂଯୋଜକର ସଂଯୋଜକ ମହେଶ୍ୱର ସାହୁ ଗରିବ ଲୋକଙ୍କର ଅଭିଶାପ ଏ ରାଜ୍ୟ ସରକାରକୁ ଓପାଡ଼ି ଫିଙ୍ଗିବ ଯଦି ଆଜି ଦିଆଯାଇଥିବା ତାଲିକାକୁ ଓ ରହିଯାଇଥିବା ଲୋକଙ୍କୁ ଅତିଶୀଘ୍ର ତାଲିକାଭୁକ୍ତ କରାନଗଲେ ଯୋଡ଼ାବ୍ଲକ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଓ ଚମ୍ପୁଆ ବିଧାନସଭା ପ୍ରଭାରୀ ରାଧାକାନ୍ତ ମହାନ୍ତ କୃଷକ ମାନଙ୍କର ସମସ୍ୟା କୁ ଅଣଦେଖା କରୁଥିବା ବ୍ଲକ ପ୍ରଶାସନ ଲୋକଙ୍କ ଅଭିଯୋଗ କୁ ଗୁରୁତ୍ୱ ଦେଇ କାମ କରିବା ଓ ଗରିବ ଲୋକଙ୍କୁ ଘର ଯୋଗେଇ ଦେବାକୁ ଆହ୍ୱାନ ଦେଇଥିଲେ ଚମ୍ପୁଆ ବିଧାନସଭା ସଂଯୋଜକ ତଥା ଜିଲା ଉପସଭାପତି ଦେବପ୍ରସାଦ ମିଶ୍ର, ଚମ୍ପୁଆ ନଗର ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ ମହାନ୍ତ, ସଞ୍ଜୟ ଗିରି, ରଞ୍ଜନ ମହାନ୍ତ, ପଙ୍କଜ ମହାନ୍ତ, ମିଥୁନ ଗିରି, ସନ୍ତୋଷ ମହାନ୍ତ, ବିଶ୍ୱନାଥ ନନ୍ଦ, ଅବିନାଶ ସାହୁ, ଅବିନାଶ ମିଶ୍ର, ବଳଭଦ୍ର ବେହେରା, ବିନୋଦ ହାଇବୁର, ବାବୁଲି ବେହେରା, ମଳୟ ମହାପାତ୍ର, ସଚ୍ଚିନ ଦାସ, ପ୍ରମୁଖ ବିଜେପି ପଦାଧିକାରୀଗଣ ଏହି ଘେରାଉକରି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଚେତାବନି ଦେଇଥିଲେ