କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଶାଳ, ପିଆଶାଳ ଗଛ ନିଆଁରେ ଜଳିପୋଡି ନଷ୍ଟ ।ଏଥିସହିତ ଚାଷ ଜମି ଗୁଡ଼ିକରେ ନିଆଁ ଲାଗିବା ଯୋଗୁଁ କାନପୁରା ଗାଁ ମୁହାଁ ନିଆଁ । ଭୟରେ କାନପୁରା ଓ ଏକତାଳୀ ଗ୍ରାମବାସୀ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଓ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି। ଜଙ୍ଗଲ ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଗତ କାଲି ହୋଇଥିଲା ସଚେତନତା କାର୍ଯ୍ୟକ୍ରମ । ନିଆଁ ନଲାଗିବା ପାଇଁ ହୋଇଥିଲା ବ୍ଲୁ ପ୍ରିଣ୍ଟ । ମାତ୍ର କାନପୁରା ଗାଁ ନିକଟସ୍ଥ ଅନନ୍ତପୁର ଜଙ୍ଗଲରେ ନିଆଁ ଲାଗିବା ନେଇ ଚିନ୍ତାରେ ଅଞ୍ଚଳବାସୀ । ଗ୍ରାମବାସୀଙ୍କ ପକ୍ଷରୁ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।
ରାଜ୍ୟ
ହୁତୁହୁତୁ ହୋଇ ଜଳୁଛି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ।
- Hits: 312











