କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଞ୍ଜ ଅଧିନସ୍ଥ ସମସ୍ତ ଭିଏସଏସ (VSS)ର ସଦସ୍ୟ ,କେନ୍ଦୁଲିଫ ଓ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଗାମୀ ଗ୍ରୀଷ୍ମ ଦିନେ ଜଙ୍ଗଲପୋଡିକୁ ରୋକିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିସହିତ ଏକ ବିଶାଳ ରାଲିରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ସହ ଫ୍ଲାଗ କାର୍ଡ ଧରି ବିଭିନ୍ନ ନାରବାଜି ମାଧ୍ୟମରେ ଲୋକଙ୍କୁ ଜଙ୍ଗଲ ପୋଡି ରୋକିବା ପାଇଁ ସଚେତନତା କରାଯାଇଥିଲା । ଏଥିପ୍ରତି ଅଧିକ ସଚେତନତାର ଆବଶ୍ୟକତା ରହିଛି ,ତେଣୁ ସମସ୍ତଙ୍କ ସହଯୋଗ ରହିଲେ ଜଙ୍ଗଲ ନିଆଁ କିମ୍ବା ଜଙ୍ଗଲ ପୋଡିକୁ ରୋକାଯିବା ସହ ଅମୂଲ୍ୟ ସବୁଜ ବନାନୀ ଓ ବନ୍ୟ ଜନ୍ତୁଙ୍କ ସୁରକ୍ଷା ହୋଇପାରିବ ।
ରାଜ୍ୟ
ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ।
- Hits: 295











