ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ କର୍କଟ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରତିବର୍ଷ ଫେବୃଆରୀ ମାସ ୦୪ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ବିଶ୍ବ କର୍କଟ ଦିବସ ପାଳନର ଆଭିମୁଖ୍ୟ ଏହି କି ଯେ ଲୋକମାନଙ୍କ ଭିତରେ ସଚେତନତା ବୃଦ୍ଧି ହବା ଦରକାର l ଯାହାଦ୍ୱାରା ନିଜେ କିପରି ଲକ୍ଷଣ ଦେଖି ଯଥାଶୀଘ୍ର ଚିକିତ୍ସା କରାଇପାରିବେ ଓ ନିଶ୍ଚିତ ମୃତ୍ୟୁ ମୁଖରୁ ଉର୍ଦ୍ଧାର ପାଇପାରିବେ ସେ ବିଷୟରେ ଅବଗତ କରାଇଥିଲେ l ବିଶେଷ କରି ମହିଳାମାନେ କିପରି ନିଜେ ଜାଣିପାରିବେ ଓ ପରୀକ୍ଷା କରିପାରିବେ ଓ ନିଜକୁ ସ୍ତନ କର୍କଟ ଓ ଗର୍ଭାଶୟ କର୍କଟରୁ ରକ୍ଷା କରିପାରିବେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ ଏ ବର୍ଷର ଏହି ଦିବସର ବାର୍ତ୍ତା "କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟ ସେବା ମଧ୍ୟରେ ବ୍ୟବଧାନ ହ୍ରାସ କରିବା ”l ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ ଏହା ଏକ ଭାଇରସ ଦ୍ୱାରା ହୋଇଥାଏ, ଜୀବନ ଶୈଳୀର ପରିବର୍ତ୍ତନ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁଁ ଓ ଧୁମପାନ ଯୋଗୁଁ କର୍କଟ ହୋଇଥାଏ l ସେଥିରୁ ନିର୍ବୁତ୍ତ ରହିବା ଆବଶ୍ୟକ l ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡାକ୍ତର ରଶ୍ମିରଂଜନ ପଟ୍ଟନାୟକ ଉଚ୍ଚ ଅଭିଭାଷଣରେ କର୍କଟର ରୋଗର ନିୟନ୍ତ୍ରଣ ନିମନ୍ତେ ମାଣ୍ଡିଆ, ଘର ତିଆରି ଛତୁଆ ଇତ୍ୟାଦି ଭଲ ଖାଦ୍ୟ କିନ୍ତୁ ଆଜିକାଲି ଲୋକ ଫାଷ୍ଟଫୁଡ ଓ ଜଙ୍କଫୁଡ ଆଡ଼କୁ ଅଳ୍ପ ବୟସରେ ଆକୃଷ୍ଟ ହେବା ଓ ତମ୍ବାଖୁ ବ୍ୟବହାର କରିବାଦ୍ୱାର ଫୁସଫୁସ ଜନିତ କର୍କଟ ରୋଗରେ ଅଂକ୍ରାନ୍ତ ହୋଉଛନ୍ତି l ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ୍ ନର୍ସିଂର ପ୍ରିନିସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଜିଲ୍ଲାସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ l ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ସଚ୍ଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜିଲ୍ଲାସ୍ତରୀୟ ବିଶ୍ୱ କର୍କଟ ଦିବସ ପାଳନ
- Hits: 277











