ହେଡଲାଇନସ୍:

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ସଂଯୋଜକ ସଂଜୟ କୁମାର ସ୍ୱାଇଁଙ୍କ ଆବହକତ୍ୱରେ ନୟାଗଡ଼ ବ୍ଲକ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଛନ୍ତି । କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ସାହିତ୍ୟ ସଭା ପାଇଁ ନିମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଅନ୍ୟତମ ସଂଯୋଜକ ଧିରେନ୍ଦ୍ର ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଫେବୃୟାରୀ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମହୋତ୍ସବ କରାଯିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା କରାଯିବା ପାଇଁ ମତ ପ୍ରକାଶ ପାଇବା ସହ ନିଷ୍ପତ୍ତି ନିଆଯାଇଛି । ବହି ପ୍ରତି ଦିନକୁ ଦିନ ଆଗ୍ରହ କମୁଥିବାରୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ସଚେତନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜକୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ସାମ୍ବାଦିକ ଉତ୍ପଳ କୁମାର ସାହୁ ମତ ଦେଇଥିଲେ ।

ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଆୟୋଜିତ ସାହିତ୍ୟ ସଭା ପୂର୍ବରୁ ଏକ କୁଇଜ କାର୍ଯ୍ୟକ୍ରମ ରଖାଯିବା ସହ ନୟାଗଡ଼ ଲେଖକଙ୍କ ପାଇଁ ଏକ ଷ୍ଟଲ ଖୋଲାଯିବା ଉପରେ କବି ବସିରନ ବିବି ମତ ଦେଇଛନ୍ତି । ଅନ୍ୟପକ୍ଷେ, ପୁସ୍ତକ ମହୋତ୍ସବ ସହ କ୍ୟାରିୟର ମେଳାକୁ ଚଳିତ ବର୍ଷ ସଂଯୋଗ କରାଯାଇଥିବାରୁ ପ୍ରତ୍ୟେକ ଦିନ ୧୧ଟାରୁ ଷ୍ଟଲ ଖୋଲା ଯିବା ପାଇଁ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି । ପୁସ୍ତକ ମେଳାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଏବଂ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ବୈଦ୍ୟଭୂଷଣ ମହାପାତ୍ର, କବି ଶେଖ୍ ଅବଦୁଲ୍ ଖାଲିକ, ନିର୍ମଳ ଚନ୍ଦ୍ର ଶୂରଦେଓ, ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ଅରୁଣ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ମୁଖ୍ୟମାନେ ସାମିଲ ହୋଇଥିଲେ ।

0
0
0
s2sdefault