ହେଡଲାଇନସ୍:

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରତ୍ନ ମୁଦ ଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା / ବଣେଇ (ବସନ୍ତ କୁମାର ଜେନା): ବଣାଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଣେଶ୍ୱର ରାମଚଣ୍ଡୀ ମନ୍ଦିର ରତ୍ନ ମୁଦ ଓ ମନ୍ଦିର ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇଯାଇଛି | ଗତ ଦୁଇଦିନ ଧରି ଏହି ମନ୍ଦିର ରତ୍ନ ମୁଦ ଓ ବିଗ୍ରହ ପପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସୁନ୍ଦରଗଡ଼ ଜିଲ୍ଲାରେ ଥିବା କୁଲୁତା ଜାତିର ଇଷ୍ଟ ଦେବୀ ହେଉଛନ୍ତି ରଣେଶ୍ୱର ରାମଚଣ୍ଡୀ | ଏହି ମନ୍ଦିର ରତ୍ନ ମୁଦ ଓ ପ୍ରତିଷ୍ଠା ଉତ୍ସବରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଜଣ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା | ଗତ ଗୁରୁବାର ରତ୍ନ ମୁଦ ଉତ୍ସବ ପାଳିତ ହୋଇଯାଇଥିଲା | ସକାଳେ ଗ୍ରାମର ମହିଳା ମାନେ ବଣାଇ ବ୍ରାହ୍ମଣୀ ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦୀର୍ଘ ୮ କିମି ରାସ୍ତାରେ ବାଜା ବଜାଇ ମନ୍ଦିର ପରିସରରେ ପହଞ୍ଚିଥିଲେ | ପରେ ପାଞ୍ଚଜଣ ବ୍ରାହ୍ମଣ ଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯିବା ପରେ ମନ୍ଦିର ଚୁଡାରେ ରତ୍ନ ମୁଦ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ତଥା ଛତିଶଗଡ଼ ରାଜ୍ୟର କୁଲୁତା ଜାତିର ଲୋକମାନେ ନିଜ ନିଜର ମନସ୍କାମନା କରି ମନ୍ଦିର ଗର୍ଭରେ ସୁନା, ରୁପା ସହିତ ଧାନ ଭର୍ତ୍ତି କରିଥିଲେ | ଏହି ଅବସରରେ ଗ୍ରାମର ପ୍ରତେକ ଘର ସମୁଖରେ ଝୋଟି ପକାଇ କଳସ ବସାଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ | ଗତକାଲି ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ପ୍ରଥମେ ମନ୍ଦିରକୁ ପ୍ରତିଷ୍ଠା କରିଥିଲେ | ମନ୍ଦିର ପ୍ରତିଷ୍ଠା ପରେ ବିଗ୍ରହ ମାନଙ୍କୁ ପ୍ରଥମେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିର ପ୍ରାଙ୍ଗଣରେ ଥିବା ସ୍ନାନମଣ୍ଡପରେ ବିଜେ କରାଯାଇଥିଲା`| ବିଗ୍ରହଙ୍କର ସ୍ନାନ ଉତ୍ସବ ପରେ ଜଜ୍ଞ ମଣ୍ଡପରେ ପୂଜାର୍ଚନା `କରିବା ପରେ ସନ୍ଧ୍ୟା ସମୟରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ | ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ କର୍ତ୍ତା ଭାବେ ସରୋଜ ପ୍ରଧାନ ତାଙ୍କ ପତ୍ନୀ , ଅଶୋକ ବେହେରା ତାଙ୍କ ପତ୍ନୀ , ନାରାୟଣ ଚନ୍ଦ୍ର ବେହେରା ତାଙ୍କ ପତ୍ନୀ ଏବଂ ଦିଲ୍ଲିପ ବେହେରା ତାଙ୍କ ପତ୍ନୀ ପୂଜାର୍ଚ୍ଚନା କରିଥିଲେ | ଏହି ମନ୍ଦିର ରତ୍ନ ମୁଦ ଓ ପ୍ରତିଷ୍ଠା ଉତ୍ସବରେ ପୁରୋହିତ ଭାବେ ଅଜୟ କୁମାର ମିଶ୍ର , ମାଗୁଣି ମିଶ୍ର , ଦିଲ୍ଲିପ କୁମାର ଦାସ , ପ୍ରାଣକୃଷ୍ଣ ଷଡ଼ଙ୍ଗୀ ଏବଂ ଷଡ଼ାନନ ଶତପଥି କାର୍ଯ୍ୟ ସମାପନ କରିଥିଲେ | ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ମାନେ ସହଯୋଗ କରି ଅତିଥି ମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ | ପରେ ଗ୍ରାମରେ ଷୋହଳ ପ୍ରହରୀ ନାମଜଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗୋବିନ୍ଦପୁର ଗ୍ରାମ ସମେତ ବାଉରକେଲା , କେନାଭେଟା , କନ୍ତସରା , ଇନ୍ଦ୍ରପୁର , ବଣାଇଗଡ , ସରସରା , ବନ୍ଧାଭୂଇଁ , ଜମକେଇ ଗ୍ରାମ ସହିତ ସମ୍ବଲପୁର , ଦେବଗଡ , ବରଗଡ଼ ,ଝାରସୁଗୁଡା ପ୍ରମୁଖ ଜିଲ୍ଲାରୁ ସଂକୀର୍ତନ ଦଳ ଆସି ନାମଜଜ୍ଞ
କରିଥିଲେ | ଏହି ଅବସରରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ ଗ୍ରାମର ମହିଳା ମାନେ ଏଜି କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳିତ କରୁଥିବା ଦେଖିବାକୁ ମିଳିଥିଲା |

0
0
0
s2sdefault