ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳାର ମେଲଛାମୁଣ୍ଡାଠାରେ ତିନି ଦିନ ବ୍ୟାପି ହେବାକୁ ଥିବା ୭୨ ତମ ପ୍ରାଦେଶିକ ଭକ୍ତ ସମ୍ମିଳନୀକୁ ଜିଲ୍ଳା ପ୍ରଶାସନ ଦେଇଥିବା ନିର୍ଦେଶକୁ ଶେଷ ମୁହୁର୍ତରେ ଖାରିଜ କରିଥିଲେ । ଏ ନେଇ ମେଲଛାମୁଣ୍ଡା ଥାନାଧିକାରୀ ଫେବୃଆରି ୨ ତାରିଖ ଦିନ ପୂର୍ବରୁ ପ୍ରଦାନ କରାଯାଇଥିବା ଅନୁମତି ହଠାତ ପ୍ରତ୍ୟାହାର କରାଯାଇଥିବା ସୂଚନା ଦେଇଥିଲେ । ପ୍ରଶାସନର ଏହି ନିଷ୍ପତିକୁ ଅନୁଷ୍ଠାନ ପକ୍ଷରୁ ଚ୍ୟାଲେଂଜ କରି ହାଇକୋଟରେ ମାମଲା ଦାୟର ହୋଇଥିଲା । ଜଷ୍ଟିସ ଅରିଂଦମ ସିହ୍ନା ଓ ଜଷ୍ଟିସ ଏସକେ ମିଶ୍ର ଙ୍କୁ ନେଇ ଖଣ୍ଡ ପିଠ ନୀଳାଚଳ ସାରସ୍ୱତ ସଂଘର ଆବେଦନର ଶୁଣାଣି କରି ବାତିଳ ନିର୍ଦେଶନାମାକୁ ଡବ୍ଲୁପି (ସି) ନଂ- ୩୩୫୫/୨୩ରେ ଖାରଜ କରିବା ସହ ବରଗଡ ଜିଲ୍ଳାପାଳଙ୍କୁ ଭକ୍ତ ସମ୍ମିଳନୀରେ ଆବଶ୍ୟକ ଥିବା ବିଭିନ୍ନ ବିଭାଗୀୟ ସହଯୋଗ ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ହାଇକୋଟ ରାୟ ପରେ ଭକ୍ତ ସମ୍ମଳନୀ ଆୟୋଜକ କମିଟି ଏବଂ ଭକ୍ତ ମାନଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି । ଆବେଦନ କାରୀଙ୍କ ତରଫରୁ ଆଇନଜୀବି ବିଭୁତିଭୁଷଣ ଚୌଧୁରୀ ମାମଲା ପରିଚାଲନା କରିଥିବା ବେଳେ ଆଇନଜୀବି ସୁମନ ଶତପଥୀ ଓ ସୀତାରାମ ଶତପଥୀ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଅନୁଷ୍ଠାନ ପକ୍ଷରୁ ୨୦୨୩ ଫେବୃଆରୀ ୪, ୫, ୬ ତାରିଖ ମେଲଛାମୁଣ୍ଡା ଠାରେ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ପ୍ରଶାସନ ଜାନୁୟାରୀ ୨୮ ତାରିଖରେ ଅନୁମତି ଦେଇ ହଠାତ ଫେବୃୟାରୀ ୨ ତାରିଖ ଅନୁମତି ପ୍ରତ୍ୟାହାର କରିଥିଲା । ଯଦ୍ୱାରା ସମସ୍ତ ପ୍ରସ୍ତୁତି ସାରିଥିବା ଭକ୍ତ ମହଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା ।
ରାଜ୍ୟ
ପ୍ରାଦେଶିକ ସମ୍ମିଳନୀ ବାତିଲ ନିର୍ଦେଶକୁ ଖାରଜ କଲେ ହାଇକୋର୍ଟ : ଭକ୍ତ ମହଳରେ ଆନନ୍ଦର ଲହରି
- Hits: 282