ସିମୁଳିଆ: ଜନତାଙ୍କ ପସନ୍ଦ ଯୁବ ନେତୃତ୍ୱ, କର୍ମୀ କନଫ୍ୟୁଜ କିଏ ହେବେ ପ୍ରାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

  • ବିଜେପି ପ୍ରାର୍ଥୀ ଉପରେ ରହିଛି ନଜର, ପ୍ରାର୍ଥୀତ୍ବ ଲଦିଦେଲେ ହାରିବା ନିଶ୍ଚିତ

  • ସିମୁଳିଆରେ ବିଜେପି କାର୍ଯ୍ୟ କର୍ତ୍ତା ଚିନ୍ତାରେ, କିଏ ଧରିବ ମଙ୍ଗ

  • ଲୋକଙ୍କ ପସନ୍ଦ ଅନୁସାରେ ଯୁବ ପ୍ରାର୍ଥୀ ମିଳିଲେ ବିଜେଡି ବିଜୟ ଧାରାରେ ଲାଗିବ ଅଙ୍କୁଶ

ବାଲେଶ୍ୱର /ଭୁବନେଶ୍ୱର:: ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ଚଳି ଆସୁଥିବା ପଣ୍ଡା ପାଣିଗ୍ରାହୀ ଙ୍କ ପାଞ୍ଚ ବର୍ଷିଆ ପାଳି ରୋକ ଲଗାଇ୨୦୧୪ ରେ ବିଜୟୀ ହୋଇଥିଲେ ବିଜେଡି ର ଯୁବ ନେତା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ | ଏଠାରୁ 1990ରେ ଜନତା ଦଳ ର ପର୍ଶୁରାମ ପାଣିଗ୍ରାହୀ,୧୯୯୫ ରେ କଂଗ୍ରେସ ର ପଦ୍ମଲୋଚନ ପଣ୍ଡା,୧୯୯୯ ରେ ବିଜେଡି ର ପର୍ଶୁରାମ ପାଣିଗ୍ରାହୀ, ୨୦୦୪ ରେ କଂଗ୍ରେସ ର ପଦ୍ମଲୋଚନ ପଣ୍ଡା ବିଜୟୀ ହୋଇ ଥିବା ବେଳେ ୨୦୦୯ ରେ ବିଜେଡି ର ପର୍ଶୁରାମ ପାଣିଗ୍ରାହୀ ବିଜୟୀ ହୋଇ ଥିଲେ । ହେଲେ ୨୦୧୪ ରେ ଯୁବ ପ୍ରତିଭାକୁ ଗୁରୁତ୍ଵ ମିଳିଲା ଓ ପାଞ୍ଚ ବର୍ଷିଆ ପାଳିର ପୂର୍ଣ୍ଣଚ୍ଛେଦ ଟାଣିଲେ ଭୋଟର। କଂଗ୍ରେସ ର ପଦ୍ମଲୋଚନ ପଣ୍ଡା ଙ୍କୁ ହରାଇ ବିଜେଡି ଯୁବ ଚେହେରା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜୟୀ ହୋଇ ଥିଲେ | ୨୦୧୯ ରେ ପୁନର୍ବାର ବିଜେଡି ର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଙ୍କୁ ହରାଇ ବିଜୟୀ ହେବା ସହିତ ମନ୍ତ୍ରୀ ପଦ ହାତେଇଲେ .ବିଜେପି ପ୍ରାର୍ଥୀ ହୋଇ ପଦ୍ମଲୋଚନ ପଣ୍ଡା 75000ରୁ ଉର୍ଧ୍ୱ ଭୋଟ ପାଇଲେ କଂଗ୍ରେସ ମାତ୍ର 9000 ରୁ କମ ଭୋଟ ପାଇ ଥିବା ବେଳେ ବିଜେଡି 90000ରୁ ବେଶୀ ଭୋଟ ପାଇ ଲଗାତର ଦ୍ଵିତୀୟଥର ବିଜୟର ବାନା ଉଡ଼ାଇଲା |
ବିଜେଡି ର ଯୁବ ଚେହେରାକୁ ଟକ୍କର ଦେବା ନିମନ୍ତେ ଯୁବ ନେତୃତ୍ୱ ର ଆବଶ୍ୟକତା ଥିବା ବେଳେ ବିଜେପିର ଦଳୀୟ ପ୍ରାର୍ଥୀ ଉପରେ ଦଳୀୟ କାର୍ଯ୍ୟକର୍ତ୍ତା ଜନତାଙ୍କ ନଜର ରହିଛି |
ବିଜେପି ର ପ୍ରାର୍ଥୀ ଥିବା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଙ୍କ ଉପରେ ଭୋଟର ଙ୍କ ଭରସେ ନଥିବା ପରି ପ୍ରତୀୟମାନ ହେଉଛି | । ପୂର୍ବନିର୍ବାଚନ ଅପେକ୍ଷା ସାଧାରଣ ଜନତା ଯୁବ ନେତୃତ୍ୱ କୁ ଗୁରୁତ୍ୱ ଦେଉ ଥିବାର ଉପଲବ୍ଧି ରହିଥିବା ଚଳିତ ପଂଚାୟତ ନିର୍ବାଚନ ରେ ତାହାର ଝଲକ ଦେଖିବାକୁ ମିଳିଥିଲା । ଯୁବ ନେତା ଡାକ୍ତର ଅଣୁମାଧବ ପଣ୍ଡାଙ୍କ ସିମୁଳିଆ ବ୍ଲକ ରେ ପ୍ରସ୍ତୁତ କରିଥିବା ରଣକୌଶଳ ଖଇରାର ପ୍ରତି ପଂଚାୟତ ରେ ତୋଫାନି ପ୍ରଚାର ସାଙ୍ଗକୁ କର୍ମୀଙ୍କ ସହ ମିଶି ସିମୁଳିଆ ବ୍ଲକର ବିଜେପି ପ୍ରଥମ ଥର ବ୍ଲକ ଅଧ୍ୟକ୍ଷ ପଦ ହାସଲ କରିବା ସହିତ ଖଇରା ବ୍ଲକ ର ଅଧ୍ୟକ୍ଷା ପଦ ହାସଲ କରିବା ରେ ମୁଖ୍ୟ ପୁରୋଧା ଭାବେ ପରିଚୟ ସୃଷ୍ଟି କରିପାରି ଥିଲେ ଅଣୁମାଧବ ।.ସିମୁଳିଆ ରେ ବିଜେପି ଉପାଧ୍ୟକ୍ଷା ପଦ ହାସଲ କରିଥିଲା । ପଞ୍ଚାୟତ .ନିର୍ବାଚନ ପର ଠାରୁ ସିମୁଳିଆ ଓ ଖଇରା ର ସର୍ବାଧିକ ପଂଚାୟତର ସରପଞ୍ଚ ସମିତି ମେମ୍ବର ମାନେ ଯୁବ ନେତା ଅଣୁମାଧବ ପଣ୍ଡା ଙ୍କୁ ଅଧିକ ପସନ୍ଦ କରୁଥିବା ଆଲୋଚନା ହେଉଛି । ପଣ୍ଡା ବିଭିନ୍ନ ସମୟ ରେ ସାଂଗଠାନିକ କାର୍ଯ୍ୟକ୍ରମ ଠିକ୍ ଭାବେ ନିର୍ବାଚନ ମଣ୍ଡଳୀରେ ହୋଇ ନ ପାରିବାରୁ ପଂଚାୟତ ଗସ୍ତ କରି ଦଳୀୟ ସାଂଗଠାନିକ କାର୍ଯ୍ୟକ୍ରମ ସଭା, ସମିତି କରିବା ସହିତ ବୈଠକ କରି ସଂଗଠନ କୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖି କର୍ମୀ ଙ୍କ ଭଲ ମନ୍ଦ ଠାରୁ ଆରମ୍ଭ କରି ସାମାଜିକ କାର୍ଯ୍ୟକ୍ରମ, ବାହାଘର, ବ୍ରତୋପନୟନ ରେ ଉପସ୍ଥିତ ରହି ବିଜେପି ର ଭୋଟ ହାର ବୃଦ୍ଧି କରିବାରେ ଲାଗିଛନ୍ତି | ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ନ୍ୟାୟ ରେ ପଣ୍ଡା ପରିବାର ରେ ଏପରି ଗୋଡ଼ ଟଣା ଟଣି ଲାଗି ଗଲାଣି ଯେ କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣୀ | ଏମିତି ଲାଗି ରହିଲେ ବିଜେପି ଦଳୀୟ ଟିକେଟ ପଣ୍ଡା ପରିବାର ହାତଛଡା ହୋଇପାରେ ବୋଲି ଚର୍ଚା କିମ୍ବା ଅନ୍ୟ କାହା ହାତକୁ ଚାଲି ଯାଇପାରେ ।ତେଣୁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ କାର୍ଯ୍ୟକର୍ତ୍ତା ମାନଙ୍କ ମତାମତ ସାଧାରଣ ଜନତା କଣ ଚାହୁଁ ଛନ୍ତି ତାହାର ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ପର୍ଯ୍ୟଲୋଚନ ଜୋର୍ ଧରିଥିବା ବେଳେ ଅଣୁମାଧବ ଙ୍କୁ କୌଣସି ପଦ ପଦବୀ ରହୁନଥିବା ଯୋଗୁଁ କାର୍ଯ୍ୟ କର୍ତ୍ତା ମାନଙ୍କ ମନରେ ଅଶାନ୍ତି ଦାନା ବାନ୍ଧୁଛି ।ଖୁବ୍ ଶୀଘ୍ର ରାଜ୍ୟ ଶୀର୍ଷ ନେତୃତ୍ୱ ତଳ ସ୍ତରରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କ ପରାମର୍ଶ ନେବାର ଆବଶ୍ୟକତା ଅଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି |bଯଦି କାର୍ଯ୍ୟ କର୍ତ୍ତା ମାନଙ୍କୁ ଦଳ ଗୁରୁତ୍ଵ ନ ଦିଏ ପ୍ରାର୍ଥତ୍ବ ର ବୋଝ ଲଦି ଦିଆଯାଏ ୨୪ ନିର୍ବାଚନରେ ଦଳ ପରାଜୟର ପଥ ଦେଖିବାକୁ ପଡ଼ିବ ବୋଲି କାର୍ଯ୍ୟ କର୍ତ୍ତା ମହଲରେ ଆଶଙ୍କା ପ୍ରକାଶ ପାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛ । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିର କାର୍ଯ୍ୟଧାରା କୁ ଗୁରୁତ୍ଵ ଦେଉନଥିବା ବେଳେ ଓ ସାନ ପୁତ୍ର ନୀଳ ମାଧବ ପଣ୍ଡା ମଧ୍ୟ ନିଜ ଢଙ୍ଗରେ ବିଭିନ୍ନ ପଂଚାୟତ ରେ ସଭା ସମିତି କରି ସଂଘଠନ କରୁଛନ୍ତି | ବିଜେପି ଦଳ ଯଦି ଏବେଠାରୁ ଯୁବ ନେତୃତ୍ୱକୁ ବାଟ ଛାଡିଦିଏ ତେବେ ଆଗାମୀ ଦିନରେ ଲଢେ଼ଇ ଜୋରଦାର ହୋଇ ପାରିବ | ବିଜେଡି ସମେତ ଅନ୍ୟ ଦଳ ର ନେତା ଓ କର୍ମୀ ମାନେ ଏହି ସୁଯୋଗ ରେ ବିଜେପି ରେ ଯୋଗଦେବାର ସମ୍ଭବନା ବୃଦ୍ଧି ପାଇବ | ସିମୁଳିଆରେ ବିଜେପି ପ୍ରଥମ ଥର ପାଇଁ ବିଜୟୀ ହୋଇ ପାରିବ ବୋଲି ଚର୍ଚ୍ଚା ହେଉଛି | ପଦ୍ମଲୋଚନ ପଣ୍ଡା କଂଗ୍ରେସ ଛାଡି ବିଜେପି ରେ ମିଶିବା ପର ଠାରୁ କଂଗ୍ରେସ ର ଭୋଟ ହାର କ୍ରମଶଃ କମୁ ଥିବା ବେଳେ ବିଜେଡି ରେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇଛି |ଏହି ସୁଯୋଗ ରେ ବିଜେପି ଯୁବପାରଙ୍ଗମ ନେତା କୁ ଦଳୀୟ ପ୍ରାଥୀ କଲେ ବିଜେଡି ବିଜେପି ମଧ୍ୟରେ 2024ରେ କଢ଼ା ମୁକାବିଲା ହେବ |
କଂଗ୍ରେସ ବସ୍ତୁତଃ ଅସ୍ତିତ୍ବ ହରାଇଲା ଭଳି ସ୍ଥିତିରେ ଥିବା ବେଳେ ବିଜେଡି ରୁ ବର୍ତମାନ ର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଯୁବ ସମାଜ ସେବୀ ଶଶୀକୁମାର ସାହୁ ଟିକେଟ ଆଶାୟୀ ରହିଛନ୍ତି | ଚଳିତପଂଚାୟତ ନିର୍ବାଚନରେ ବିଜେଡି ସିମୁଳିଆ ଓ ଖଇରା ଉଭୟ ବ୍ଲକର ପଂଚାୟତ ସମିତି ପଦ ହାତଛଡା କରି ଦୀଗହରା ଥିବାରୁ ଦଳୀୟ ଅସନ୍ତୋଷ କାରଣ ରୁ ପୁନର୍ବାର ବିଧାୟକ ହେବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ପାଇଁ କାଠିକର ହେବ | ନିର୍ବାଚନ ଏକ ବର୍ଷ ଥିବାରୁ ୨୦୨୪ ନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ହୋଇଯାଇଛି | ଦୁଇଦଳ ପାଇଁ ଯୋଗ୍ୟ ଯୁବ ପ୍ରାର୍ଥୀ ଚୟନ ଏବେ ପ୍ରମୁଖ କାର୍ଯ୍ୟ, ଯାହା ଉପରେ ଏବେ ଭୋଟରମାନଙ୍କ ନଜର |

0
0
0
s2sdefault