ପଦ୍ମପୁର ରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ସ୍ଥାନାନ୍ତର
ପଦ୍ମପୁର :- ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୁ ଘିବେଲା ନିଜ ଦୋକାନରୁ ବାହାରି ସ୍କୁଟି ରେ ଯାଉଥିବା ସମୟରେ ଅପରପାର୍ଶ୍ଵରୁ ଦ୍ରୂତଗତିରେ ଯାଉଥିବା ବାଇକ୍ ଧକ୍କା ଦେଇଥିଲା l ଫଳରେ ଶ୍ରୀ ଘିବେଳା ଭାରସାମ୍ଯ ହରାଇ ତଳେ ପଡି ଯାଇଥିଲେ l ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରା ଯାଇଥିଲା l ମୁହଁ ରେ ଗଭୀର ଆଘାତ ଲାଗିିଥିବାରୁ ୨ଟି ଷ୍ଟିଚ୍ ପଡିଛି l ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବରଗଡ଼ ର ଏକ ଘରୋଇ ନର୍ସିଂ ହୋମ୍ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ଛାତିରେ ୨ଟି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା l ପରବର୍ତ୍ତୀ ସମୟରେ ଶ୍ରୀ ଘିବେଳା ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ର ଅନ୍ୟ ଏକ ବେସରକାରୀ ହସପିଟାଲ କୁ ସ୍ଥାନାନ୍ତର କରାଯାଇଛି l କିଛି ସମୟ ପୂର୍ବରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଶ୍ରୀ ଘିବେଳା ସାମାନ୍ୟ ସୁସ୍ଥ ଅନୁଭବ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ରାଜ୍ୟ ଯୋଜନା ବୋର୍ଡ ର ସଭ୍ୟ ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ , ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପ୍ରମୁଖ ଶ୍ରୀ ଘିବେଲାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।।