ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି । ମହୋତ୍ସବର ଆଦ୍ୟ ପର୍ବ କଳସ ଶୋଭାଯାତ୍ରା ଶୁକ୍ରବାର ଅପରାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜ୍ଞାନ ତଥା ଆଖପାଖ ଅଂଚଳର ଶତାଧିକ ମହିଳା ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଗହଣରେ ଗ୍ରାମର ବଡବନ୍ଧରୁ ଆଣି ପୂଜାମଣ୍ଡପରେ ସ୍ଥାପନ କରିଥିଲେ । କଳସ ଶୋଭାଯାତ୍ରାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଜିଲ୍ଳା ପରିଷଦ ସଭ୍ୟା ପୂର୍ଣ୍ଣିମା ରଣା ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗଦେଇଥିଲେ । ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ବିର କିଶୋର ଶତପଥୀ, ଗୋବିନ୍ଦ୍ର ଚନ୍ଦ୍ର ହୋତା, ବାଂଛାନିଧି ପଣ୍ଡା, ଅମରେଶ ସଢଙ୍ଗୀ, ଯଶୋବନ୍ତ ଦାଶ, ନେପାଳ ହୋତାଙ୍କ ମନ୍ତ୍ରୋଚାରଣରେ ଆରମ୍ଭ ହୋଇଥିବା ପୂଜା କାର୍ଯ୍ୟରେ ଭ୍ରମର ଭୋଇ ଓ ତାଙ୍କ ପତ୍ନୀ ଖିରେଶ୍ୱରୀ ଭୋଇ ଏବଂ ହରେକୃଷ୍ଣ ସାହୁ ଓ ତାଙ୍କ ପତ୍ନୀ କୁସୁମ ସାହୁ କର୍ତା ଦାୟୀତ୍ୱ ତୁଲାଉଛନ୍ତି । କଳସ ଯାତ୍ରା ସହ ପୂଜା ମଣ୍ଡପରେ ପୂଜା ମଣ୍ଡପରେ ଯଜ୍ଞଶାଳା ପ୍ରତିଷ୍ଠା, ରତ୍ନମୁଦ, ଇନ୍ଦ୍ରଇନ୍ଦ୍ରାଣୀ ପୂଜା, ଧାନ୍ୟାଭିଷେକ, ବାସ୍ତୁପୂଜା, ଅଗ୍ନି ସ୍ଥାପନ, ଆଳତୀ ପୁଷ୍ପାଜଂଳି ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆୟୋଜକ କମିଟି ସଭାପତୀ ଅବସରପ୍ରାପ୍ତ ପ୍ରଫେସର ସାଧୁଚରଣ ଗଡତିଆଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ଡା.ତାରାକାନ୍ତ ସାହୁ, ଡା.ଦିଲିପ ଭୋଇ, ଗୁଣନିଧି ଭୋଇ, ସନ୍ତୋଷ ଭୋଇ, ବିରେନ୍ଦ୍ର ଗଡତିଆ, ପ୍ରିୟବ୍ରତ ଭୋଇ, ଭାସ୍କର ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପୂଜା ମଣ୍ଡପକୁ ମୂଖ୍ୟ ଅତିଥି ବିଧାୟିକା ସିଂ ବରିହା ଉଦଘାଟିତ କରିଥିବା ବେଳେ ଗ୍ରାମ କମିଟି ତରଫରୁ ଆୟୋଜିତ ହେବାକୁ ଥିବା ଅନ୍ନଭୋଗ ମଣ୍ଡପକୁ ପୂର୍ବତନ ବିଧାୟକ ମହମ୍ମଦ ରଫିକ ଉଦଘାଟିତ କରିଥିଲେ । ପ୍ରତିଷ୍ଠା ମହୋତ୍ସବଟି ପାଂଚ ଦିନ ବ୍ୟାପି ଚାଲିବ । ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ପୂଜା କମିଟି ତରଫରୁ ରାବଣ ଦରବାର, ଅପେରା, ମିନାବଜାର ଆଦି ବ୍ୟବସ୍ଥା କରାଯାଇଛି ।
ରାଜ୍ୟ
କଳସ ଯାତ୍ରା ସହ ଜ୍ଞାନ ହନୁମାନ ମନ୍ଦିର ପ୍ରତଷ୍ଠା ଉତ୍ସବ ଆରମ୍ଭ
- Hits: 539