ଜେଏସପି ଫାଉଣ୍ଡେସନ ଦ୍ୱାରା ବଡ଼ବିଲ ଠାରେ ଅତ୍ୟାଧୁନିକ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବ ଏହି ଡାକ୍ତରଖାନା

ଯୋଡା / ବଡ଼ବିଲ(ପାର୍ଥ ସାରଥୀ ଷଡ଼ଙ୍ଗୀ) :ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳର ଲୋକଙ୍କ ଜୀବନ ଧାରଣ ମୂଲ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ, କେନ୍ଦୁଝର ଜିଲ୍ଲାର ଠାରେ ଏକ ଅତ୍ୟାଧୁନିକ ହସ୍ପିଟାଲ, ‘ଜିନ୍ଦଲ ଆରୋଗାମ ହସ୍ପିଟାଲ’ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ ଭୁମି ପୂଜନ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଡାକ୍ତରଖାନା ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ| ସହ ଲୋକମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇଦେବ |

ଏହି ଅବସରରେ ଶ୍ରୀ ଜିନ୍ଦଲ କହିଛନ୍ତି, “ଲୋକଙ୍କ ଉନ୍ନତ ମାନର ଜୀବନଧାରଣ ତଥା ସ୍ୱାସ୍ଥ୍ୟ ଜାତୀୟ ବିକାଶ ପାଇଁ ଏକ ପ୍ରମୁଖ ଆବଶ୍ୟକତା । ସୁସ୍ଥ ସମାଜ ଗଠନ ପାଇଁ ଏହି ଡାକ୍ତରଖାନା ଆମର ଏକ ପ୍ରମୁଖ ପ୍ରୟାସ”| ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାଭାବିକ ଭାବେ ସୁସ୍ଥ ରହିବ ପାଇଁ ତାଜା ପୁଷ୍ଟିକର ଖାଦ୍ୟ ଓ ନିୟମିତ ବ୍ୟାୟାମ ନିହାତି ଦରକାର ।

ସମାବେଶକୁ ସମ୍ବୋଧିତ କରି, ଶ୍ରୀମତୀ ଜିନ୍ଦଲ କହିଛନ୍ତି, “ଜିନ୍ଦଲ ଆରୋଗ୍ୟମ୍ ହସ୍ପିଟାଲ୍ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମୂଲ୍ୟରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବ। ଏହା ଉନ୍ନତ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ପାଇଁ ସହଜ ଏବଂ ସୁଲଭ କରିବ”। ଏହି ହସ୍ପିଟାଲ ସମଗ୍ର ଦେଶର ଗରିବ ଓ ଅସହାୟ ଲୋକଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ଏବଂ ଚିକିତ୍ସା ସୁବିଧା ଯୋଗାଇବ ବୋଲି ସେ କହିଛନ୍ତି।

ଆରମ୍ଭ ହେବାକୁ ଥିବା ଏହି ହସ୍ପିଟାଲରେ ୧୯ ଟି ଶଯ୍ୟା ରହିବ ଏବଂ ସର୍ଜରୀ, ସ୍ତ୍ରୀ ରୋଗ ଏବଂ ପେଡିଆଟ୍ରିକ୍ସ, ମେଡିସିନ୍ ର ବିଶେଷ ବିଭାଗରେ ନିୟମିତ ଚିକିତ୍ସା ସେବା ଯୋଗାଇ ଦିଆଯିବ | ପରାମର୍ଶ ଏବଂ ଚିକିତ୍ସା ପାଇଁ ହୃଦ୍‌ରୋଗ, ଦନ୍ତ ଚିକିତ୍ସା, ଅର୍ଥୋପେଡିକ୍ସ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଚକ୍ଷୁ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ପରିଦର୍ଶନ ମଧ୍ୟ ଉପଲବ୍ଧ ହେବ। ହସ୍ପିଟାଲରେ ଆଧୁନିକ କାର୍ଯ୍ୟକ୍ଷମ ଡାଇଗ୍ନୋଷ୍ଟିକ୍ ଏବଂ ପାଥୋଲୋଜିକାଲ୍ ସୁବିଧା ଉପଲବ୍ଧ ହେବ | ଲୋକମାନେ ଏକ୍ସ-ରେ, ଇସିଜି, ଇକୋ, ଟିଏମଟି, ଅଲଟ୍ରାସୋନୋଗ୍ରାଫି ଏବଂ ପାଥୋଲାବ ଏବଂ ଅନ୍ୟାନ୍ୟ ଆଧୁନିକ ସେବା ପାଇପାରିବେ |

ବଡ଼ବିଲ ପେଲେଟ ପ୍ଲାଣ୍ଟ ଏବଂ କାସିଆ ଆଇରନ୍ ଖଣିର ପାରିପାର୍ଶ୍ୱିକ ଗ୍ରାମଗୁଡିକର ସମସ୍ତ ଅଭାବୀ ଲୋକଙ୍କୁ ମାଗଣା ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ

ଏହି ଅବସରରେ ବିଧାୟକ, ଚମ୍ପୁଆ ଶ୍ରୀମତୀ ମୀନାକ୍ଷୀ ମହନ୍ତ, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, କୃଷି ଏବଂ କ୍ରୀଡା ଏବଂ ସଂସ୍କୃତି କ୍ଷେତ୍ରରେ ସିଏସଆର କାର୍ଯ୍ୟକ୍ରମ ପାଇଁ ଜେଏସପିକୁ ପ୍ରଶଂସା କରିଥିଲେ ଏବଂ ବଡ଼ବିଲରେ ଏକ ଗୁଣାତ୍ମକ ଆଧୁନିକ ହସ୍ପିଟାଲର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ବଡ଼ବିଲରେ ଜେଏସପି ଦ୍ୱାରା ଲୋକମାନଙ୍କର ଜୀବନ ଧାରଣ ମୂଲ୍ୟରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ ମୁଖ୍ୟତ ଆଦିବାସୀ ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ କଦିଗରେ ନିଆଯାଉଥିବା ସବୁ ପଦକ୍ଷେପ ପାଇଁ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ। ଏହି ଅଞ୍ଚଳର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏକ ଆଧୁନିକ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଫାଉଣ୍ଡେସନର ପଦକ୍ଷେପକୁ ସେ ଗଭୀର ପ୍ରଶଂସା କରିଥିଲେ।

ଶ୍ରୀ ଆଶିଷ ପାଣ୍ଡେ, ମୁଖ୍ୟ - ପେଲେଟ ଓ ଆଇରନ୍ ଓର ବିଜିନେସ, ଜେଏସପି ଧନ୍ୟବାଦ ଅର୍ପଣ କରିବା ସହ ବଡ଼ବିଲ, ଜୋଡା ଏବଂ ଚମ୍ପୁଆର ପ୍ରତ୍ୟେକ ବାସିନ୍ଦା ଏବଂ ସରକାରୀ ଅଧିକାରୀଙ୍କ ନିକଟରୁ ଏହି ଡାକ୍ତରଖାନା ନିର୍ମାଣ ଏବଂ ପରିଚାଳନା ପାଇଁ ସହାୟତା ମାଗିଥିଲେ।

ଜେଏସପିର ବଡ଼ବିଲ ୟୁନିଟ୍ ମୁଖ୍ୟ, ଶ୍ରୀ ଏମ୍.ଡି. ପୁରୁଷୋତ୍ତମ, ଶ୍ରୀ ଅଜିତ କୁମାର ପାତ୍ର, କାସିଆ ଆଇରନ୍ ମାଇନ୍ସ, ମୁଖ୍ୟ, ମାନବସମ୍ଭଳ ବିଭାଗ ମୁଖ୍ୟ, ଶ୍ରୀ ସରତ କିଶୋର ପଣ୍ଡା ଓ କମ୍ପାନୀର ଅନ୍ୟ ସମସ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ସମାରୋହ ଆୟୋଜନ କରିବାରେ ସମର୍ଥନ ଯୋଗାଇ ଦେଇଥିଲେ ।

କମ୍ପାନୀର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ - ଓଡିଶା, ଶ୍ରୀ ପ୍ରଶାନ୍ତ ହୋତା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

0
0
0
s2sdefault