ଟିପିଏସ୍ଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା (ଓଟିଏସ୍) ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଗ୍ରାହକମାନେ ୨୦୨୩ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ

  •  ୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ବିଦ୍ୟୁତ ବକେୟା ଉପରେ କେବଳ ଏହି ଯୋଜନା ଲାଗୁ ହେବ

ଭୁବନେଶ୍ୱର/ ବ୍ରହ୍ମପୁର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଗାଇଡ୍ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା) ଆରମ୍ଭ କରାଯାଇଛି । ଏହି ଯୋଜନାରେ ସାମିଲ ରହିଛି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ବୌଦ୍ଧ ଓ କନ୍ଧମାଳ । ଏହି ସ୍ୱତନ୍ତ୍ର ଯୋଜନା ଅନୁସାରେ, ୨୦୨୩ ଏପ୍ରିଲ୍ ୨୧ ସୁଦ୍ଧା ବିଦ୍ୟୁତ ବକେୟା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଟିପିସିଓଡିଏଲ୍ରେ ୨୪.୧ ଲକ୍ଷ ଗ୍ରାହକ ରହିଛନ୍ତି ।
“ନିୟମିତ ବ୍ୟବଧାନରେ ଗ୍ରାହକଙ୍କୁ ବିଭିନ୍ନ ଅଭିନବ ଅଫର ଓ ସ୍କିମ୍ ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ଆମେ ନିଶ୍ଚିତ ଯେ ଏହି ଯୋଜନା ଆମ ଗ୍ରାହକଙ୍କୁ ଆବଶ୍ୟକ ଲାଭ ପ୍ରଦାନ କରିବ ଏବଂ ସେମାନେ ଏକରୁ ଅଧିକ ଉପାୟରେ ଲାଭବାନ ହେବେ ବୋଲି ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।’’
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଏକକାଳୀନ ସମାଧାନ ଯୋଜନା (ୱାନ୍ ଟାଇମ୍ ସେଟଲ୍ମେଂଟ୍ ସ୍କିମ୍) ଅନୁଯାୟୀ, ସମସ୍ତ ଏଲ୍ଟି ବିଦ୍ୟୁତ ଗ୍ରାହକ ଯଦି ବକେୟାକୁ ଗୋଟିଏ ଥରରେ ସମ୍ପୂର୍ଣ୍ଣ ପୈଠ କରିବେ ତେବେ ବିଦ୍ୟୁତ ବକେୟା ଉପରେ ୩୦% ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ପାଇବେ। ଗ୍ରାହକ ଯଦି ଦୁଇଟି ସମାନ ମାସିକ କିସ୍ତି (୫୦%+୫୦%)ରେ ବକେୟା ପୈଠ କରିବେ ତେବେ ବିଦ୍ୟୁତ ବକେୟା ଉପରେ ୨୦% ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ମିଳିବ । ପୁନଶ୍ଚ, ଯଦି ତିନିଟି ମାସିକ କିସ୍ତି (୫୦%+୨୫%+୨୫%)ରେ ବକେୟା ପୈଠ କରାଯିବ ତେବେ ବିଦ୍ୟୁତ ବକେୟା ଉପରେ ୧୫ ପ୍ରତିଶତ ରିହାତି ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ୮୦% ରିହାତି ମିଳିବ ।
ସେହିପରି, ଏଚ୍ଟି ଗ୍ରାହକମାନେ ସର୍ବାଧିକ ତିନିଟି କିସ୍ତି ପ୍ରଦାନ କରି ଓଟିଏସ୍ରେ ଥିବା ଲାଭ ହାସଲ କରିପାରିବେ । ଯଦି ଏଚ୍ଟି ଗ୍ରାହକ ବକେୟାକୁ ଗୋଟିଏ କିସ୍ତିରେ ପ୍ରଦାନ କରିବେ ତେବେ ଡିପିଏସre ୬୦% ରିହାତି, ଦୁଇଟି କିସ୍ତିରେ ଦେଲେ ୫୦% ଏବଂ ତିନିଟି କିସ୍ତିରେ ଦେଲେ ଡିପିଏସ୍ ଉପରେ ୪୦% ରିହାତି ମିଳିବ ।
୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ସମସ୍ତ ବିଦ୍ୟୁତ ବକେୟା ପାଇଁ ଏହି ସ୍କିମ୍ ଲାଗୁ ହେବ । ଅଧିକ ବିବରଣୀ ପାଇଁ ଗ୍ରାହକମାନେ ଦେୟମୁକ୍ତ ନମ୍ବର (୧୮୦୦-୩୪୫-୬୭୯୭ କିମ୍ବା ୧୯୧୨)ରେ କଲ୍ କରିପାରିବେ ।

0
0
0
s2sdefault