ଢେଙ୍କାନାଳ ଜିଲ୍ଲାର ମା’ ଜଟିଆ ବାଉତି ପାଣି ପଞ୍ଚାୟତ ନଂ-୧୮ ର ସଫଳ କାହାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ)

ଭୁବନେଶ୍ୱର :ଢେଙ୍କାନାଳ ଜିଲ୍ଲା ଓଡିଶା ମାନଚିତ୍ରର କେନ୍ଦ୍ରରେ ଅବସ୍ଥିତ । ଏହି ଜିଲ୍ଲା ଜଙ୍ଗଲ,ବନ୍ୟପ୍ରାଣୀ ଆଦି ପ୍ରାକୃତିକ ଜୀବଜଗତରେ ପରିବେଷ୍ଟିତ । ଢେଙ୍କାନାଳ ଜିଲ୍ଲାର କ୍ଷେତ୍ରଫଳ ୪୪୫୨ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ୧,୬୫୮,୦୦୮,ଯେଉଁଥିରୁ ଶତକଡା ୭୦ ଭାଗ ଲୋକଙ୍କର ଜୀବିକା କୃଷି ଉପରେ ନିର୍ଭରଶୀଳ । ଘଞ୍ଚଜଙ୍ଗଲ ଓ ଦୀର୍ଘ ପର୍ବତଶ୍ରେଣୀ ଥିବାଏହି ଅଂଚଳରେ କୃଷିକାର୍ଯ୍ୟ କରିବା ପାଇଁ ନିୟମିତ ଜଳଯୋଗାଣର ଆବଶ୍ୟକତା ରହିଛି । ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ ସମଲ ବ୍ୟାରେଜ୍ ର ହେଡ୍‌ ରେଗୁଲେଟରରୁ ୯୫ କି.ମି, ଗୋନ୍ଦିଆ ବ୍ରାଂଚ୍‌ କେନାଲ ୪୯.୫ କି.ମି. ଏବଂ ଟେଲ୍‌ ଡଷ୍ଟ୍ରିବୁଟାରୀ ୧୨ କି.ମି. ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏହି ବ୍ରାଂଚ୍‌ କେନାଲ ଖରିଫରେ ୧୦,୭୦୦ ଓ ରବିରେ ୭୦୦୦ ହେକ୍ଟରକୁ ଜଳସେଚିତ କରିବାର କ୍ଷମତା ରଖିଛି ।
ମା ଜଟିଆ ବାଉତି ପାଣି ପଂଚାୟତ ନଂ-୧୮ ଗୋନ୍ଦିଆ ବ୍ରାଂଚ୍‌ କେନାଲର ଆର୍‌.ଡି ୧୫୭୦୦ ରୁ ଆର୍‌.ଡି ୧୯୬୧୫ ମିଟର ପର୍ଯ୍ୟନ୍ତ ଅବସ୍ଥିତ । ଏଥିରେ ୬ ଗୋଟି କେନାଲ ମୋଟ ୭ ଟିଗ୍ରାମର ୫୭ଟି ଉପଚକ ଓ ୪୩ଟି ଚକର ୪୯ଟି ଶୋଠ ଥାଇ ୪୨୯ ହେ. କୁନେଇଗଠିତ । ଏହି ପାଣି ପଂଚାୟତ ଫେବୃଆରୀ ୨୦୧୯ରେ ଗଠିତ ହୋଇଥିଲା । ଏହା ଉଭୟ ଖରିଫ୍ ଓ ରବି ପାଇଁ ଜଳସେଚନ ସବିଧାକୁ ନିଶ୍ଚିତ କରିଛି । ବର୍ତ୍ତମାନ ଏହା ଖରିଫ ପାଇଁ ଜଳ ଯୋଗାଉଥିବା ବେଳେ ଆସନ୍ତାବର୍ଷ ଏହା ରବି ଋତୁରେ ଜଳ ଯୋଗାଇବାକୁ ସମର୍ଥ ହେବ ।
ମା’ଜଟିଆ ବାଉତି ପାଣି ପଂଚାୟତ ନଂ-୧୮ ରେ କାଡା ଚ୍ୟାନେଲମାନ ନିର୍ମାଣ କରାଯାଇପାଣି ପଂଚାୟତର ସମସ୍ତ ଅଂଚଳକୁ ଜଳ ଯୋଗା ଯାଇପାରୁଛି ।
ପ୍ରଥମେ ଚାଷ କରିବା ପାଇଁ ଚାଷୀମାନେ ମୁଖ୍ୟତଃ ବର୍ଷା ଉପରେ ନିର୍ଭର କରୁଥିଲେ । ୨୦୧୬ ମସିହା ଠାରୁ କେନାଲ ଜଳଯୋଗାଣ ଆରମ୍ଭ ହେଲା । ସେବେଠାରୁ ବୈଜ୍ଞାନିକ କୃଷି ପଦ୍ଧତି ଓ ରବିଋତୁରେ ଫସଲ ବିବିଧିକରଣ ସୁବିଧା ପାଇବା ପାଇଁ ପାଣି ପଂଚାୟତ ଗଠନ କରାଗଲା। ଜଳସେଚନର ନିଶ୍ଚିତ ସୁବିଧା ପାଇଚାଷୀମାନେ ପୁରାତନ ବିହନ ଛାଡି ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାରକରି ଅମଳ ୧୦ କୁଇଣ୍ଟାଲ ରୁ ୧୬.୭୫ କୁଇଣ୍ଟାଲକୁବୃଦ୍ଧିକରି ଆର୍ôଥକସମ୍ବଳ ଦ୍ୱାରା ନିଜରଜୀବନ ଜୀବିକାକୁ ଉନ୍ନତ କରିପାରିଛନ୍ତି ।ଏହି ପାଣି ପଂଚାୟତରଚାଷୀମାନେ ଖରିଫ ଜଳସେଚନ ପାଇଁଜମିର ଆଦ୍ରତାକୁ ବ୍ୟବହାର କରି ଆଗୁଆ ରବି ଫସଲ ଯଥା ଅମୃତଭଣ୍ଡା, କଦଳୀ, କାକୁଡି, କୋବି, ଭେଣ୍ଡି, ବାଇଗଣ, ମକା, ତରଭୂଜ ଏବଂ ବାଦାମଚାଷ କରିପାରୁଛନ୍ତି । ଆଗାମୀ ବର୍ଷରେ ଯେତେବେଳେ ରବି ଜଳସେଚନ ଯୋଗାଇଦିଆଯିବ,ସେତେବେଳେ ଚାଷୀମାନେ ଅଧିକ ଅର୍ଥକାରୀ ଫସଲ କରିପାରିବେ । ଏହି ପାଣି ପଂଚାୟତରେ ଅନେକ ଉନ୍ନତ ଓ ଶିକ୍ଷିତ ଚାଷୀ ଅଛନ୍ତି, ଯେଉଁମାନେ ସଠିକ ସମୟ ଅନ୍ତରରେ କେନାଲର ମରାମତି ଓ ରକ୍ଷଣାବେକ୍ଷଣକରିବାସହିତ ଉନ୍ନତଜ୍ଞାନ କୌଶଳବ୍ୟବହାରକରି ଫସଲ ବିବିଧକରଣ କରି ଅର୍ଥକାରୀ ଫସଲ ଉପାର୍ଜନ କରିବାରକ୍ଷମତାରଖନ୍ତି । କୃଷିବିଭାଗ ମଧ୍ୟ ପ୍ରତି ସପ୍ତାହ ଅନ୍ତରରେ ଆସି ଫସଲ ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ ସହିତ ଉପଦେଶ ମଧ୍ୟ ଦେଉଛନ୍ତି

0
0
0
s2sdefault