ହେଡଲାଇନସ୍:

  ପାଟଣାଗଡ ଏନଏସି ତରଫରୁ ୫୬ ତମ ସ୍ବାୟତ୍ତ ଶାସନ ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

      ପାଟଣାଗଡରୁ ପ୍ରବୀଣ ତ୍ରିପାଠୀ :   ପାଟଣାଗଡ ଏନଏସି ତରଫରୁ ୫୬ ତମ ସ୍ବାୟତ୍ତ ଶାସନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ସକାଳ ୮ଟା ସମୟରେ ଏନଏସିକାର୍ଯ୍ୟାଳୟଠାରେ ଅଧ୍ୟକ୍ଷା ମାନସ ମଞ୍ଜରୀ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ପରେ ସ୍ଥାନୀୟ ସରକାରୀ ଡାକ୍ତରଖାନା ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ୬.୩୦ଟା ସମୟରେ ଏନଏନ୍‌ସି କାର୍ଯ୍ୟାଳୟଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଅଧ୍ୟକ୍ଷା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିବାବେଳେ ମଖ୍ୟବକ୍ତା ଭାବେ ସ୍ଥାନୀୟ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା, ସମ୍ମାନିତ ଅତିଥି ଭାବେ ପାଟଣାଗଡ ଉପଜିଲାପାଳ ଯଦୁମଣି ମହଲା, ଏନଏସି ନିର୍ବାହୀ ଅଧିକାରୀ କୁଳମଣି ଖଟୁଆ, ଉପନଗରପାଳ ରମାନାଥ ହୋତା ଏବଂ ସମସ୍ତ କାଉନସିଲରମାନେ ମଞ୍ଚାସୀନ ଥିଲେ। ଲକ୍ଷ୍ମୀକାନ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରୁ ଏନଏସି ଦ୍ୱାରା ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଏକ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ନିର୍ବାହୀ ଅଧିକାରୀ କୁଳମଣି ଖଟୁଆ ପରିଷଦ ତରଫରୁ ହୋଇଥିବା ବିଭିନ୍ନ ଯୋଜନାର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ଉନ୍ନତିମୂଳକ ଯୋଜନା ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ନିଜ ବକ୍ତବ୍ୟରେ ସହରାଞ୍ଚଳକୁ ସଫା ସୁତରା ରଖିବାକୁ କହିଥିଲେ ଏବଂ ପରିଷଦ ତରଫରୁ ଦିଆଯାଉଥିବା ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଦିବସ ଉପଲକ୍ଷେ ପରିଷଦ ତରଫରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ସ୍ଥାନୀୟ ସଙ୍ଗୀତ ମହାବିଦ୍ୟାଳୟ ତରଫରୁ ଏକ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ମା’ ତୁଝେ ସଲାମ ପରିବେଷଣ କରାଯାଇଥିଲା।

 

0
0
0
s2sdefault