ହେଡଲାଇନସ୍:

"ହତାଶ ହୋଇପଡିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ନେତାଙ୍କ ଏତେ ଭୟ କାହିଁକି: ବିଜେଡି

  •  ସ୍ୱର୍ଗତ ନବ ଦାସଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଓଡିଶାକୁ ମିଳିଥିଲା ପ୍ରଶଂସା

  •  ରାଜନୀତି ପାଇଁ ସୌଜନ୍ୟତା ଭୁଲି ଯାଉଛି ବିଜେପି

  •  ନ୍ୟାୟପାଳିକା ପ୍ରତି ବିଜେପିର ସମ୍ମାନ ରହିବା ଉଚିତ୍‍


ଭୁବନେଶ୍ୱର: ସ୍ୱର୍ଗତ ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା । ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରିଛି ଏବଂ କେବେ ଭଲ କଥା କହିଛି କି? ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ? ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି ? ସଫଳତାକୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉଥିବା ବିଜେପି ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶ ଏବଂ ହତାଶ ହୋଇ ଗଣମାଧ୍ୟମରେ ଏଭଳି ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି । ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରିନଥିଲେ, ତେଣୁ ସେ ନିରାଶ ହୋଇପଡିଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି ।
କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଅନୁଧ୍ୟାନ କରିବେ । ଯେତେବେଳେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ମାନ୍ୟବର ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

0
0
0
s2sdefault