ଦେବଦୂତ ସାଜି ତେଲେଙ୍ଗାନା ରୁ ୩୧ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲେ ଟ୍ଵିଟର ଗାର୍ଲ
ବରଗଡ : ପଶ୍ଚିମ ଓଡ଼ିଶାରେ ଦାଦନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେବା ସହ କାମ ଅନ୍ୱେଷଣ ରେ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେବା ଏକ ନିତିଦିନିଆ ଘଟଣା ହେଇଗଲାଣି।କିନ୍ତୁ ବାହାର ରାଜ୍ୟରେ ଫସି ନିର୍ଯାତନାର ଶିକାର ହେଉଥିବା ଶ୍ରମିକଙ୍କ ପାଇଁ ଦେବଦୂତ ହେଇ ସହାୟତା ଯୋଗାଇ ଦେଇ ପ୍ରଶଂସିତ ହେଉଛନ୍ତି ଟ୍ୱିଟର ଗାର୍ଲ ଦୀପା ବାରିକ।
ତେଲେଙ୍ଗାନା ରାଜ୍ୟର ନାରାୟଣପେଟ ଜିଲ୍ଳାର ଏକ ଇଟା ଭାଟିକୁ ଓଡ଼ିଶାର ଦୁଇଟି ଜିଲ୍ଲାର ୩୧ ଜଣ ଦାଦନ ଶ୍ରମିକ କାମ କରିବାକୁ ଯାଇ ସେଠାରେ ନିର୍ଯାତନା ର ଶିକାର ହେଉଥିଲେ | ଯାହାଙ୍କୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଟ୍ୱିଟର ଗାର୍ଲ୍ ତଥା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି | ସେମାନେ ବର୍ତ୍ତମାନ ଟ୍ରେନ ଯୋଗେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି | ସୂଚନା ଯୋଗ୍ୟ ,ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳ ଏବଂ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟକୁ ଇଟାଭାଟି କାମ କରିବାକୁ ଯାଇଥିଲେ |. ସେଠାରେ ଇଟାଭାଟି ମାଲିକ ଅକଥନୀୟ ଅତ୍ୟାଚାର କରୁଥିଲେ | ସେମାନେ ଦୀପା ବାରିକଙ୍କୁ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଯୋଗାଯୋଗ କରିଥଲେ | ଦିପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ତେଲେଙ୍ଗାନା ପୋଲିସକୁ ଯୋଗାଯୋଗ କରିଥଲେ | ସେମାନେ ତତ୍ପରତା ସହ ନାରାୟଣପେଟ ପୋଲିସକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ରବିବାର ଦିନ ସ୍ଥାନୀୟ ପୋଲିସ ଏବଂ ଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ଦୁଃଖ ବୁଝିଥିଲେ | ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୋଲିସ ଉକ୍ତ ଦାଦନ ଶ୍ରମିକ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରି ଟ୍ରେନ ଯୋଗେ ପଠାଇଛନ୍ତି | ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକ ମାନେ ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି |