ପଦ୍ମପୁର - ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସାଲେଗିଡା ସ୍ଥିତ ଅଙ୍ଗ ନଦୀ ଠାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ ଅନ୍ତ ନଦୀ ଜଳାଶୟ ର କାର୍ଯ୍ୟ ତଦାରଖ କରିଛନ୍ତି l ଏହି ତଦାରଖ ସମୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ କରୁଥିବା ସଂସ୍ଥା ର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଏହା ସହିତ ପଦ୍ମପୁର ଏନ୍ ଏ ସି ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ ରେ ଚାଲୁଥିବା ରାସ୍ତା ଓ ଡ୍ରେନେଜ କାର୍ଯ୍ଯ କୁ ମଧ୍ୟ ତଦାରଖ କରିଥିଲେ। ବିଧାୟିକା ଙ୍କ ଏହି ଧୂଆଁଧାର କାର୍ଯ୍ୟ ପରିଦର୍ଶନ କୁ ଜନସାଧାରଣଙ୍କ ମଧ୍ୟରେ ପ୍ରଶଂସା ର ଲହରୀ ଖେଳିଯାଇଛି। ଅନ୍ୟ ପକ୍ଷରେ ବିଧାୟିକା ଙ୍କ ଅଚାନକ କାର୍ଯ୍ୟ ପରିଦର୍ଶନ କୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମନରେ ଛନକା ପଶିଯାଇଛି।
ରାଜ୍ୟ
ପଦ୍ମପୁର ବିଧାୟିକା ଙ୍କ ଧୂଆଁଧାର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ
- Hits: 380