ବୀରମହାରାଜପୁର , (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅଧ୍ୟକ୍ଷ ସୁଦାମ ଚରଣ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଗୀତାଞ୍ଜଳୀ ପୂଜାରୀ, ଅଧ୍ୟାପକ ବିଜୟ କୁମାର ପ୍ରଧାନ, ଅଧ୍ୟାପିକା ଯାମିନୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଉଦ୍ଘାଟନ ପର୍ବ ପରେ ଆଜି ୧୦୦ ମିଟର ଦୌଡ (ପୁରୁଷ ଓ ମହିଳା), ଲମ୍ବା ଡିଆଁ (ପୁରୁଷ ଓ ମହିଳା), ୨୦୦ ମିଟର ଦୌଡ (ପୁରୁଷ ଓ ମହିଳା), ସଟଫୁଟ୍ ଥ୍ରୋ (ପୁରୁଷ ଓ ମହିଳା), ଡିସକସ୍ ଥ୍ରୋ (ପୁରୁଷ ଓ ମହିଳା) ଓ ୪୦୦ ମିଟର ଦୌଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ନରେନ୍ଦ୍ର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପ୍ରଚରଣ ପେରା, ଅଭିନନ୍ଦନ ପୂଜାହାରୀ, ପ୍ରତିଭା ଭୋଇ, ରାଜକମଲ ସିଂ ବାବୁ ଓ ସରିତା ମିଶ୍ରଙ୍କ ସହିତ କଲେଜ୍ ର ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।
ରାଜ୍ୟ
ବୀରମହାରାଜପୁର ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
- Hits: 532