ହେଡଲାଇନସ୍:

ଜିଲ୍ଲାସ୍ତରୀୟ 26 ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାସ୍ତରୀୟ 26 ତମ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡ଼ିଆଠାରେ ଆୟୋଜିତ ପ୍ରତିଷ୍ଠାଦିବସ ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଅଛି ।
ଏହି ପରିପେକ୍ଷିରେ ଜିଲ୍ଲାର ସମସ୍ତ ବିଧାୟକ ,ସାଂସଦ ,ଜଗତସିଂହପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଅରୁଣ ସାହୁ , ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ତାନୀୟ ଗାନ୍ଧୀଛକରୁ ଏକ ବିଶାଳ ମୋଟର ସାଇକେଲ ପଟୁଆରରେ ଆସି ସଭାସ୍ଥଳରେ ପହଞ୍ଚି ଉତ୍ସବରେ ଯୋଗଦେଇଥିଲେ । ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ସାଂସଦ ଡଃ: ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି , ସମ୍ବିତ ରାଉତରାୟ ଓ ବିଜୟ ଶଙ୍କର ଦାସଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ , ସମସ୍ତ ବ୍ଲକର ବିଜେଡି ସଭାପତି ଏବଂ ଲୋକପ୍ରତିନିଧିମାନେ ଯୋଗଦେଇ ନବୀନ ସରକାରର ସଫଳତା ,ଜନହିତକର ଯୋଜନା ତଥା ନବୀନ ସରକାର ସୁଶାସନ ସମର୍କରେ ଉପସ୍ଥିତ କର୍ମୀମାନଙ୍କୁ ଅବଗତ କରାଇଥିଲେ । ଏତଦବ୍ୟତୀତ ନବୀନ ସରକାରର ସଫଳତାକୁ ଗାଁ ଗାଁରେ ପହଞ୍ଚାଇବା ସହ ନବୀ ଇଙ୍ଗିସକୁ ବଳବତ୍ତର ରଖିବା ପାଇଁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ l

0
0
0
s2sdefault