ହେଡଲାଇନସ୍:

ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ:-ଆଜି ବରଗଡ ଜ଼ିଲ୍ଲା ର ଲଖମରା ସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୯ତମ ବାର୍ଷିକ ଉତ୍ସବ ମହାସମାରୋହ ସହ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ,ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବ ରେ ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ କରିଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟ ର ଓଡ଼ିଆ ସାହିତ୍ୟ ବିଭାଗ ଅଧ୍ୟାପକ କେଶବ ଚନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା , ମୁଖ୍ୟବକ୍ତା ରୂପେ ସତଲମା ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ ଯୋଗ ଦେଇ ଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥିଗଣ ସମବେଷିତ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଆହରଣ ପୂର୍ବକ ଭବିଷ୍ୟତ ଗଠନପାଇଁ ଦିଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ବାର୍ଷିକ କ୍ରୀଡା ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ବିଦ୍ୟାର୍ଥୀ ଙ୍କୁ ଅତିଥିଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ ।ପୂର୍ବତନ ବିଧାୟକ ତଥା ବିଦ୍ୟାଳୟର ସଭାପତି ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସ୍ମୃତିରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ମିନାକ୍ଷୀ ସାହୁଙ୍କୁ "ଷ୍ଟୁଡେଣ୍ଟ ଅଫ୍ ଦି ଇୟର "ଭାବରେ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା lଶେଷରେ ଇଂରାଜୀ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅନ୍ୟାନ୍ୟ କର୍ମଚାରୀ ଓ ବିଦ୍ୟାର୍ଥୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସାଧାରଣ ରେ ବେଶ ପ୍ରଶଂସିତ ହୋଇଥିଲା ।

0
0
0
s2sdefault