ହେଡଲାଇନସ୍:

ଆଦିତ୍ୟ ଆଲୁମିନିୟମ ତରଫରୁ ‘ପ୍ରୋଜେକ୍ଟ ସିଞ୍ଚାଇ’ ପ୍ରକଳ୍ପର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଦିତ୍ୟ ଆଲୁମିନିୟମ ଲପଙ୍ଗା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ୍‍ ନିଜର କର୍ପୋରେଟ୍‍ ସାମାଜିକ ଦାୟିତ୍ୱ ନିର୍ବାହ ଅଧିନରେ ସ୍ୱାସ୍ଥ୍ୟ ଶିକ୍ଷା ଠାରୁ ନେଇ ଜୀବିକା ଉପାର୍ଜନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି ।
ପ୍ରଧାନମନ୍ତ୍ରୀ କୃଷକ ସିଞ୍ଚାଇ ଯୋଜନା ଅଧିନରେ ଏକ ସରକାରୀ-ଘରୋଇ ସହଭାଗିତାରେ ଉଦ୍ୟାନ କୃଷି ବିଭାଗ ଏବଂ କୃଷକଙ୍କ ସହିତ ମିଶି ‘ପ୍ରୋଜେକ୍ଟ ସିଞ୍ଚାଇ’ ପ୍ରଚଳନ କରିଛି । ଏହି ପ୍ରକଳ୍ପ ଅଧିନରେ ଏକ ଯୋଗ୍ୟତା ଅନୁଧ୍ୟାନ କାର୍ଯକ୍ରମ ହାତକୁ ନିଆଯାଇଛି ଏବଂ ସିଞ୍ଚନ ଜଳସେଚନ ବ୍ୟବସ୍ଥା ଆପଣେଇବାକୁ ୫୫ ଜଣ ଚାଷୀଙ୍କୁ ପ୍ରେରିତ କରାଯାଇଛି । ଏହି କୃଷକମାନେ ୫ଟି ଗ୍ରାମପଞ୍ଚାୟତରୁ ଆସିଛନ୍ତି । ପ୍ରତ୍ୟେକ ସ୍ପ୍ରିଙ୍କଲରରେ ୯ଟି ନୋଜଲ୍‍ ଅଛି ଏବଂ ଏହାକୁ ପାଣିର ଚାପ ଅନୁଯାୟୀ ବ୍ୟବହାର କରାଯାଇପାରିବ । ସିଞ୍ଚନ ବ୍ୟବସ୍ଥାରେ ୭୦ ଏକରରୁ ଅଧିକ ଜମିକୁ ଜଳସେଚିତ କରାଯାଇପାରିବ । ଏହାଦ୍ୱାରା ଫସଲ ଅମଳ ବୃଦ୍ଧି ସହ ଉତ୍ପାଦିକତା ବୃଦ୍ଧି ପାଇବ ଏବଂ ତାହା ସହ ଜଳ ବ୍ୟବହାର ପରିମାଣ ହ୍ରାସ, ମୁଣ୍ଡପିଛା ଆୟବୃଦ୍ଧି ଏବଂ ଏହି ଜଳସେଚନ ବ୍ୟବସ୍ଥା ଅତି ସହଜରେ କାର୍ଯ୍ୟକାରୀ କରାଯାଇପାରିବା ଲକ୍ଷ୍ୟ ରଖାଯାଇଛି । କୃଷକମାନେ ପ୍ରକଳ୍ପ ବାବଦରେ ୧୦ ରୁ ୧୫ ପ୍ରତିଶତ ଅର୍ଥ ପ୍ରଦାନ କରିଥିବାବେଳେ ସମାନ ଅନୁପାତର ଅର୍ଥ ପ୍ରକଳ୍ପ ପାଇଁ କମ୍ପାନୀ ଦେଇଛି । ଏତଦ୍‍ବ୍ୟତିତ ୧୬.୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ପ୍ରକଳ୍ପରେ ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରହୁଛି । କୃଷକମାନଙ୍କୁ ପ୍ରବର୍ତ୍ତାଇବା, ଏହି ଯୋଜନା ସମ୍ପର୍କରେ ସଚେତନ କରିବା, କାଗଜାତ୍‍ ସଂଗ୍ରହ, ସରକାର ଓ ଭେଣ୍ଡରଙ୍କ ସହିତ ଯୋଗସୂତ୍ର ସ୍ଥାପନ ଏବଂ କୃଷକଙ୍କ ଅବଦାନ ସୁନିଶ୍ଚିତ କରିବାକୁ ଆଦିତ୍ୟ ସିଏସ୍‍ଆର୍‍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ଯୋଜନାରେ ଏସ୍‍ସି ଏବଂ ଓବିସି ବର୍ଗ ଆଧାରରେ ୭୦ ରୁ ୮୦ ପ୍ରତିଶତ ସରକାରୀ ଅଂଶ ରହୁଛି ।
ଏହି ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ କତରବଗା ଗ୍ରାମପଞ୍ଚାୟତର ଗୋଲାମାଲ୍‍ ଗ୍ରାମରେ ଆୟୋଜିତ ହୋଇଥିଲା । ଗୋଲାମାଲ୍‍ରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଚାଷୀ ଯୋଗଦେଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ଅତିଥିଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ କେ.ସି. ଦଳପତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରେଙ୍ଗାଲୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଶ୍ରୀ ବ୍ୟୋମକେଶ ମିଶ୍ର, ଗୋଷ୍ଠୀ କୃଷି ଅଧିକାରୀ, ରେଙ୍ଗାଲୀ; ଶ୍ରୀମତୀ ମୌସୁମୀ, ଉଦ୍ୟାନ କୃଷି ଅଧିକାରୀ, ରେଙ୍ଗାଲୀ; ଶ୍ରୀ ରାଜେନ୍ଦ୍ର ଭୋଇ, ଶ୍ରୀ ଷ୍ଟିଫେନ୍‍ ଆରୋକିଆରାଜ, ହେଡ୍‍ ଇ.ଆର୍‍.; ଶ୍ରୀମତୀ ଶ୍ଵେତା ଉପାଧ୍ୟାୟ, ହେଡ୍‍ ସିଏସ୍‍ଆର; ଶ୍ରୀ ମନୋରଞ୍ଜନ ବେହେରା, ମ୍ୟାନେଜର୍‍ ସିଏସ୍‍ଆର୍‍ ପ୍ରମୁଖ ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ କ୍ଷେତ୍ର ସ୍ତରକୁ ଆଣିବାରେ ସିଏସ୍‍ଆର୍‍ ଟିମ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।
କୃଷକଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅତିଥିମାନେ ପ୍ରକାଶ କରିବା ସହିତ ଏହି ଯୋଜନାଗୁଡ଼ିକର ଚାଷୀମାନେ କିଭଳି ସୁଯୋଗ ନେଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ । ୧୬ଟି ଗ୍ରାମପଞ୍ଚାୟତ ନିମନ୍ତେ ପ୍ରତି ବିଭାଗରେ ମାତ୍ର ଜଣେ କିମ୍ବା ଦୁଇ ଜଣ ଲୋକଶକ୍ତି ଥିବାରୁ କୃଷକମାନେ ସରକାରୀ ଅଧିକାରୀଙ୍କ ନିକଟରେ ପହଞ୍ôଚବାକୁ ସେମାନେ ଉତ୍ସାହିତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଯେ, କୃଷକମାନେ ଲାଭ ଉପାର୍ଜନ ପାଇଁ ବିବିଧ ଫସଲ ଚାଷ କରିବାର ଆବଶ୍ୟକତା ରହିଛି । ଏହି ଅବସରରେ ଏକ ଆନ୍ତଃ ବିଷୟ ଭିତ୍ତିକ ଆଲୋଚନା ଅଧିବେସନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ଓ ଶୀତଳ ଭଣ୍ଡାର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଉକ୍ତ ଅଧିବେସନରେ ଗୋଷ୍ଠୀ କୃଷି ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷକମାନଙ୍କୁ ଭରସା ଦେଇ କହିଥିଲେ ଯେ, ଏ ସମ୍ପର୍କିତ ଯୋଜନାମାନ ରହିଛି ଏବଂ ତାହା ଗୋଲାମାଲ୍‍ ଗ୍ରାମକୁ ମଧ୍ୟ ଉପଲବ୍ଧ କରାଯିବ । ସିଞ୍ଚାଇ ପ୍ରକଳ୍ପକୁ ନେଇ କୃଷକମାନେ ଖୁସି ବ୍ୟକ୍ତ କରିବା ସହ ସରକାର ଓ ଆଦିତ୍ୟ ଆଲୁମିନିୟମ୍‍ ଲପଙ୍ଗା ନିକଟରୁ ନିରବଚ୍ଛିନ୍ନ ସମର୍ଥନ ମିଳିବା ଆଶା କରିଥିଲେ । ଆଦିତ୍ୟ ଏହି କାର୍ଯ୍ୟକ୍ରମର ସକରାତ୍ମକ ପ୍ରଭାବ ଲକ୍ଷ୍ୟ କରିବା ପରେ ପ୍ରକଳ୍ପକୁ ପରିବ୍ୟାପ୍ତ କରିବ ।

0
0
0
s2sdefault