ହେଡଲାଇନସ୍:

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍‌

ଭୁବନେଶ୍ୱର,(ଶାସକ ପ୍ରଶାସକ): ଶିକ୍ଷା ଅଧିକାର ଆଇନ ଆକ୍ଟ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍‌ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା ୨୦୨୩ ଜାନୁଆରୀ ୨୦ରୁ ଫେବୃଆରୀ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରେଜିଷ୍ଟ୍ରେସନ୍‌ ହୋଇଥିବା ସ୍କୁଲଗୁଡ଼ିକୁ ଫେବୃଆରୀ ୧୦ ତାରିଖ ସୁଦ୍ଧା ଯାଞ୍ଚ କରିବେ ।
୧୩ ଫେବୃଆରୀରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ରେଜିଷ୍ଟ୍ରେସନ୍‌ କରାଯିବ । ତତ୍‌ସହିତ ବ୍ଲକ୍‌ ଶିକ୍ଷା ଅଧିକାରୀ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବେ । ମାର୍ଚ୍ଚ ୨୩ ଓ ୨୪ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଛାତ୍ରମାନଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ମାର୍ଚ୍ଚ ୨୭ରୁ ଅପ୍ରେଲ ୨୪ ତାରିଖ ପର୍ଯ୍ୟନ୍ତ ସଂପନ୍ନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍‌ ଅପ୍ରେଲ ୧୦ରୁ ୨୪ ତାରିଖ ମଧ୍ୟରେ ସଂପନ୍ନ ହେବ । ଦ୍ୱିତୀୟ ପର୍ଯ୍ୟାୟର ଦରଖାସ୍ତଗୁଡ଼ିକ ଅପ୍ରେଲ ୨୬ ତାରିଖ ସୁଦ୍ଧା ଯାଞ୍ଚ କରାଯିବ ଏବଂ ଅପ୍ରେଲ ୨୮ ତାରିଖ ଦିନ ଅନ୍‌ଲାଇନ୍‌ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଅପ୍ରେଲ ୨୯ରୁ ମଇ ୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସଂପନ୍ନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡରରୁ ଜଣାପଡ଼ିଛି ।

0
0
0
s2sdefault