ହେଡଲାଇନସ୍:

ନୀଳଗିରି ରୋଡ଼ ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେମୁଣା: ବିଦ୍ୟାଳୟ ହେଉଛି ଏକ ମନ୍ଦିର ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ହେଉଛନ୍ତି ଭଗବାନଙ୍କ ଚଳନ୍ତି ପ୍ରତିମା ସଦୃଶ୍ୟ I ଯେଉଁମାନଙ୍କ ହାତରେ ଗଢ଼ା ହୋଇଥାଏ ଶିଶୁଙ୍କ ଭବିଷ୍ୟତ I ଗୁଣାତ୍ମକ ଶିକ୍ଷା ସହ ଲକ୍ଷ୍ୟ ପଥରେ ପହଁଚିବା ଲାଗି ଉଚିତ ମାର୍ଗ ବିଦ୍ୟାଳୟରୁ ମିଳିଥାଏ ବୋଲି ବରୁଣସିଂ ନୀଳଗିରି ରୋଡ଼ ଦାଶରଥି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବପାଳନ ଅବସରେ ଯୋଗଦେଇ ବିଶିଷ୍ଠ ବ୍ୟକ୍ତି ମାନେ ମତଵ୍ୟକ୍ତ କରିଥିଲେ I ଉତ୍ସବରେ ଯୋଗଦେଇ ବରୁଣ ସିଂ ପଞ୍ଚାୟତର ସମିତି ସଭ୍ୟା ତଥା ସମାଜମାଜସେବୀ ଶ୍ରୀମତୀ ଶାନ୍ତା ଦାସ ପିଲାଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ ସହ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ I

ନିକଟରେ ନୀଳଗିରି ରୋର୍ଡ ଦାଶରଥୀ ସରକାରୀ ଉଚ୍ଚ ବିଦ୍ୟାଳୟ ସରକାରଙ୍କ 5-ଟି ସ୍କୁଲରେ ପରିଣତ ହେବା ପରେ ବିଦ୍ୟାଳୟର ରୂପରେଖ ଏବଂ ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ଘଟିଛି I
ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଶ୍ରୀମୟ ଦାସ ଅଧିକାରୀ, ଏଡିଇଓ ପବିତ୍ର ମୋହନ ବାରିକ, ରେମୁଣା ବ୍ଲକ ବିଇଓ କାଳନ୍ଦୀ ସୋରେନ, ଆଞ୍ଚଳିକ ସାଧନ କେନ୍ଦ୍ର ସାଧନ ସଂଯୋଜକ ସଞ୍ଜୟ କୁମାର ସ୍ୱାଇଁ, ସରପଞ୍ଚ ଝିଲିଶ୍ରୀ ମହାଲିକ ଏବଂ ସମିତି ସଭ୍ୟା ଶାନ୍ତା ଦାସ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାସ, ପରିଚାଳନା ସମିତି ଅଧ୍ୟକ୍ଷ ଜୟନ୍ତ କୁମାର ଦାସଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ, ପୁରାତନ ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ I ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ନୀଳାଦ୍ରୀ ଉନ୍ମୋଚିତ ହୋଇଥିଲା I

0
0
0
s2sdefault