ହେଡଲାଇନସ୍:

"ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ବିଷ୍ଣୁ ସାହୁ ଓ ଯୁବ ଗାଳ୍ପିକା ପ୍ରଜ୍ଞା ପାରମିତା ରଥ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି ଅତିଥିମାନେ ଏହି ଅବସରରେ ପ୍ରକାଶ କରିଥିଲେ । ଧିରେ ଧିରେ ଆମ ଭିତରେ ପାଠକୀୟତା କମିଯିବା ସାହିତ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କ ସାହିତ୍ୟିକ ଜୀବନର ଅଭୁଲା ସ୍ମୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ଅତିଥିମାନଙ୍କୁ ତାଙ୍କ ସାହିତ୍ୟିକ କୃତ୍ତି ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଉପାଧ୍ୟକ୍ଷ ବିଜୟ କୁମାର ରାଉତ ସଭାପତିତ୍ବ କରିଥିଲେ । ପୁସ୍ତକ ମେଳାର ଆଜିର ସଂଧ୍ୟା ଶତାୟୁ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ବିଶ୍ବନାଥ ଦାସଙ୍କୁ ଉତ୍ସର୍ଗ କରାଯାଇଥିଲା । ଆଜି ସଂଧ୍ୟାର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ୍ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ । ପରିଷଦର କାର୍ଯ୍ୟକାରୀ ସଦସ୍ୟ ସତ୍ୟବ୍ରତ ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ସଦସ୍ୟ ଅବନୀକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଧ୍ୟାପିକା ସବିତା ମହାନ୍ତିଙ୍କ ପୁସ୍ତକ "ସ୍ମୃତି ବିସ୍ମୃତି " ଓ ପ୍ରଜ୍ଞା ପାରମିତା ରଥଙ୍କ "ସ୍ବପ୍ନ ଭଙ୍ଗ"ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।ଅପରାହ୍ନରେ ମଦର୍ସ ଗ୍ରେସ୍,ଗୋପାଳସାଗର ଆୟୋଜିତ କୁଇଜ୍ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଚୌଧୁରୀ ପରିଚାଳନା କରିଥିବାବେଳେ ସାମ୍ବାଦିକ ତନ୍ମୟ ପଣ୍ଡା, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଅବିନାଶ ସ୍ବାଇଁ ସହଯୋଗ କରିଥିଲେ । କୁଇଜ୍ ର ବିଜେତା ମାନଙ୍କୁ ଶିକ୍ଷାବିତ୍ ନିରୂପମା ମିଶ୍ର, ଶ୍ରୀକୃଷ୍ଣ ଏକାଡେମୀର ପ୍ରଧାନ ଶିକ୍ଷକ ଶୁକଦେବ ସାହୁ, ସାଂସ୍କୃତିକ ପରିଷଦ ମୁଖପତ୍ରର ସଂପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ପୁରସ୍କାର ପ୍ରଦାନ କରିଥିଲେ । ଆଜି ସଂଧ୍ୟାର କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ହେମନ୍ତ କୁମାର ରଥ, ସାରଦା ପ୍ରସାଦ ଦାସ, ଗଣେଶ୍ୱର ମାଣିଆ, ପ୍ରଶାନ୍ତ କୁମାର ମହାପାତ୍ର,ହରପ୍ରସନ୍ନା ରାଉତ, ନରେଶ ଦାସ, ସୁଧୀର କୁମାର ମହାନ୍ତି, କୈଳାସ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault