ହେଡଲାଇନସ୍:

ଯମୁନା କନ୍ଧୁଣି ବିଦ୍ୟାଳୟ ର ଛାତ୍ରୀଙ୍କର ଗହଣରେ ବିଧାୟିକା ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୃସିଂହନାଥ ମନ୍ଦିର ପରିସର ରେ ଚାଲୁଥିବା କାର୍ଯ୍ୟର ସମୀକ୍ଷା କଲେ

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ପାଇକମାଳ ବ୍ଲକ ର ଏକ ମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ l ବିଧାୟିକା ଙ୍କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଫୁଲ ତୋଡ଼ା ଏବଂ ଉପଢ଼ୋକନ ଦେଇ ବିଦ୍ୟାଳୟ କୁ ପାଛୋଡ଼ି ନେଇ ଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସଭା ରେ ବିଧାୟିକା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସମାଜ ରେ ମହିଳା ଙ୍କ ଭୂମିକା ଉପରେ ଆଲୋକ ପାତ କରିବା ସହିତ ଆଜି ଆମ ଭାରତ ବର୍ଷ ରେ ଜଣେ ନାରୀ ଦେଶ ର ରାଷ୍ଟ୍ରପତି ହୋଇ ପାରିଛନ୍ତି ଏଣୁ ଆମେ ନିଜ କୁ ଦୁର୍ବଳl ନଭାବି ସମସ୍ତେ ଆଗକୁ ଆସିବାର ଅଛି, ନାରୀ କେବଳ "ଚୁଲି ମୁଣ୍ଡ "ରେ ନୁହେଁ ବୋଲି ଉଦବୋଧନ ଦେଇ ଥିଲେ l ବିଦ୍ୟାଳୟ ରେ ଏକ ସଭା ଗୃହ ର ଆବଶ୍ୟକତା ମନେ କରି ଖୁବ ଶିଘ୍ର ବିଦ୍ୟାଳୟ ରେ ସଭାଗୃହ ର "ଶିଳାନ୍ୟାସ "କରିବା ପାଇଁ ପ୍ରତିଶୃତି ଦେଇ ଥିଲେ ତାସହିତ ରାଜ୍ୟ ସରକାର ଙ୍କର ଦ୍ୱାରା ବିଦ୍ୟାଳୟ ଚାଲିଥିବା 5ଟି ରୂପନ୍ତରିକରଣ କାଯ୍ୟ କୁ ବୁଲି ଦେଖିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହିତ ବିଦ୍ୟାଳୟ କୁ ବିଧାୟିକା ଆସିବା କଥା ଜାଣି ଛାତ୍ରୀ ମନେ କେତେ ଉତ୍ସାହିତ ଥିଲେ ସେ ବାବଦରେ କହିବା ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାଗ୍ୟରେ ପ୍ରଥମ କରି ଏକ ଯୁବ ମହିଳା ବିଧାୟିକା ପାଇଁ ଥିବା ରୁ ଏହି ମହିଳା ଅନୁଷ୍ଠାନର ଛାତ୍ରୀ ମାନେ ବହୁତ ଉତ୍ସାହିତ ବୋଲି କହିଥିଲେ l

ଏହାପରେ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ଦ୍ୱାରା ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯର ଆଜି ଅଚାନକ ତଦାରଖ କରିବାକୁ ପହଞ୍ଚି ଥିଲେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା । ନିର୍ମାଣ ସ୍ଥଳକୁ ପହଞ୍ଚି ବିଭାଗୀୟ ଅଧିକାରୀ , ନିର୍ମାଣ କାର୍ୟ୍ଯ କରୁଥିବା ସଂସ୍ଥା ଓ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କର ସହିତ ମିଶି ସମସ୍ତ ନିର୍ମାଣ ର ତଦାରଖ କରିଥିଲେ । ବିଭାଗୀୟ ଅଧିକାରୀ ମାନେ ଡ୍ରଇଂ ଦେଖାଇ ବିଧାୟିକା ଙ୍କୁ ନିର୍ମାଣ ବାବଦରେ ତଥ୍ୟ ପ୍ରଦାନ କରିଥିଲେ । ପୁରା ନିର୍ମାଣ ସ୍ଥଳ ବୁଲିବା ପରେ , ବିଧାୟିକା ବିଭାଗୀୟ ଅଧିକାରୀ ଓ ନିର୍ମାଣ କାର୍ଯରେ ନିୟୋଜିତ ଥିବା ସଂସ୍ଥା ର କର୍ମଚାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ କାମ ସରିବା ପାଇଁ ନିର୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ବିଶ୍ୱପ୍ରସିଦ୍ଧ ବୈଶାଖ ମେଳା ଆସନ୍ତା ଅପିଲ ମାସ ଶେଷ ସପ୍ତାହ ରୁ ଆରମ୍ଭ ହେବାକୁ ଯାଉଛି । ପ୍ରତେକ ଦିନ ଲକ୍ଷାଧିକ ଭକ୍ତ ଙ୍କର ସମାଗମକୁ ଆଖି ଆଗରେ ରଖି ଅଧିକାଂଶ ନିର୍ମାଣ କାର୍ୟ୍ଯ ଶେଷ ହୋଇଯିବା ର ଆବଶ୍ୟକତା ରହିଛି ।।

0
0
0
s2sdefault