ହେଡଲାଇନସ୍:

ପାଇକମାଳ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ଯୋଗଦେଲେ ବିଧାୟିକା ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : - ବରଗଡ ଜିଲ୍ଲା ପାଇକମାଳ ପଂଚାୟତ ସମିତି ବୈଠକ ପଞ୍ଚାୟତ ସମିତି ସଭା ଗୃହ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ନିର୍ଦ୍ଧାରିତ ସମୟ ସକାଳ ୧୦ଟା ୩୦ ରେ ହେବାକୁ ଥିବା ବେଳେ ୧୧ଟା ୩୦ ସମୟ ପଯ୍ୟନ୍ତ ବିଡିଓ ତଥା ଅନେକ ବିଭାଗୀୟ ଅଧିକାରୀ ମାନେ ସଭାଗୃହ କୁ ନ ଆସିବାରୁ କିଛି ଜନପ୍ରତିନିଧି ମାନେ ସଭା ଗୃହରୁ ଚାଲି ଆସିଥିଲେ । କିଛି ସମୟ ପରେ ବିଧାୟିକା ବର୍ଷା ସିଂ ବରିହା ଓ ବ୍ଲକ୍  ଅଧ୍ୟକ୍ଷା ଭାବନା ସିଂ ଆସିବା ପରେ ପୁନର୍ବାର ସଭା କାର୍ୟ୍ଯ ଆରମ୍ଭ ହୋଇଥିଲା । ଉପସ୍ଥିତ ସମସ୍ତ ଜନପ୍ରତିନିଧି ପ୍ରଥମେ ନବନିର୍ବାଚିତ ବିଧାୟିକା ଙ୍କୁ ଏହି ବୈଠକରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପଞ୍ଚାୟତ ସମିତି ବୈଠକ ପ୍ରକିୟା କୁ ଅରରମ୍ଭ କରାଯାଇ ଥିଲେ । ବୈଠକରେ ସର୍ବପ୍ରଥମେ ଦିବଂଗତ ବିଧାୟକ ସେଇ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଦୁଇ ମିନିଟ ର ମୌନ ପ୍ରାର୍ଥନା କରାଯାଇ ଥିଲା। ଏହାପରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ମାନେ ନିଜ ନିଜ ପରିଚୟ ପ୍ରଦାନ ଜରିଥିଲେ । ଏହା ପରେ ପରେ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଅନିଲ ପାଣିଗ୍ରାହୀ ବିଗତ ବୈଠକର ବିବରଣୀ ପଠନ କରିଥିଲେ । ଉପସ୍ଥିତ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ଆଲୋକପାତ କରିବା ସହ ଜନପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥଲେ । ବିଦ୍ୟୁତବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ଜଙ୍ଗଲ, ସ୍ବାସ୍ଥ୍ୟ,ଖାଉଟି ଓ ଯୋଗାଣ ଆଦି ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା , ସାଂସଦ ପ୍ରତିନିଧି ଶ୍ରୀ ବଳରାମ ସାହୁ ଙ୍କର ସମେତ ଅନେକ ସରପଞ୍ଚ ତଥା ସମିତି ସଭ୍ୟ ଉପସ୍ଥିତ ଥିଲେ ।।

0
0
0
s2sdefault