ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ଉଦ୍ୟମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ , ଗଜପତି ଗତକାଲି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଦେଖିବାକୁ ମିଳିଥିଲା , ଯେପରିକି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟର କର୍ମଚାରୀ , ଗଣମାଧ୍ୟମର ପ୍ରତିନିଧି , ରାଜନୈତିକ ଦଳର ନେତୃବୃନ୍ଦ ଏବଂ ସାଧାରଣ ଜନତାଙ୍କ ପାଇଁ ଗଜପତି ଷ୍ଟାଡ଼ିୟମ୍ ପାରଳାଖେମୁଣ୍ଡି ଠାରେ ବିରାଟ ଏଲ୍.ଇ.ଡ଼ି ମାଧ୍ୟମରେ ଉତ୍ସବକୁ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯାଇଥିଲା।
ସେହିପରି ସହରର ବିଭିନ୍ନ ୱାର୍ଡର ଲୋକମାନଙ୍କ ପାଇଁ ୭ ଗୋଟି ଜାଗାରେ ଏଲ୍.ଇ.ଡ଼ି ମାଧ୍ୟମରେ ଉତ୍ସବକୁ ଉପଭୋଗ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ପୌରପରିଷଦ ହାତକୁ ନେଇଥିଲା।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ନଟବର ଗେରଡା , ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଦ୍ବିଜେନ୍ଦ୍ରନାଥ ପାଢ଼ୀ ଏବଂ ବିଧାନ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ତା ସହ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିଥିଲେ।
କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଜନସାଧାରଣଙ୍କ ପାଇଁ ଉପରୋକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଏଲ୍.ଇ.ଡ଼ି ମାଧ୍ୟମରେ ସୁଯୋଗ ଦିଆଯାଇଥିଲା।
ସେହିପରି ପ୍ରତ୍ୟେକ ପଞ୍ଚାୟତ ସମିତି ଏବଂ ୧୪୯ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର କରିବା ସହ ଜାତୀୟ ଖେଳ ହକି ପ୍ରତି ସମସ୍ତଙ୍କ ମନରେ ଆଗ୍ରହ ପ୍ରକାଶ କରିବା ପାଇଁ ଏବଂ ଉଦଘାଟନୀ ଉତ୍ସବକୁ ଉପଭୋଗ କରିବା ପାଇଁ ସୁଯୋଗ ତିଆରି କରାଯାଇଥିଲା।
ପ୍ରତ୍ୟେକ ପଞ୍ଚାୟତ ସମିତି ଅଧ୍ୟକ୍ଷ , ଅଧ୍ୟକ୍ଷାଙ୍କ ନେତୃତ୍ବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ , ପଞ୍ଚାୟତିରାଜ ବିଭାଗର ସଭ୍ୟ , ସଭ୍ୟା , ବରିଷ୍ଠ ନାଗରିକ ଏବଂ ସାଧାରଣ ଜନତା ଉପସ୍ଥିତ ରହି ଉତ୍ସବକୁ ଉପଭୋଗ କରିଥିଲେ।
ରାଜ୍ୟ
ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ କାର୍ଯ୍ୟକ୍ରମ
- Hits: 282