ହେଡଲାଇନସ୍:

ଗୋଠବଣ ସଙ୍ଗଠିତ ଡକାୟତି ଘଟଣା: ଆସାମୀକୁ ୧୪ ବର୍ଷ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗୋଠବଣ ଗ୍ରାମରେ ୨୦୧୯ ମସିହା ଅଗଷ୍ଟ ମାସ ୮ ତାରି ୧୧.୩୦ମିନିଟ ସମୟରେ ସଂଗଠିତ ଡକାୟତି ଘଟଣାର ଆଶାମିକୁ ୧୪ ବର୍ଷ ଶଶ୍ରମ କାରାଦଣ୍ଡାଦେଶ ସହିତ ୧୬ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦୈାରା ଜଜ ଶିବାଶିିସ ଗିରି ଏବଂ ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଶଶ୍ରମ କାରାଦଣ୍ଡ ବରଣ ପାଇଁ ନିର୍ଦ୍ଦେଶ ରହିଛି । ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନୂଆ ଶୁକଳ ଗ୍ରାମର ଦଣ୍ଡୁ ଓରଫ ଦୀନବନ୍ଧୁ ମହାରଣା(୩୬) । ଗତ ୨୦୧୯ ମସିହା ସେପ୍ଟେମ୍ବର ମାସ ୭ ତାରିଖ ଠାରୁ ଦୀନବନ୍ଧୁ ବିଚାର ବିଭାଗୀୟ ହାଜତରେ ଥିଲା । ୧୫ ଜଣ ସାଖିଙ୍କ ବୟାନ ଏବଂ ତଦନ୍ତକାରୀ ଅଧିକାରିଙ୍କ ତଦନ୍ତ ରିପୋଟକୁ ଆଧାରକରି ସହକାରୀ ଦୈାରାଜଜ ଦଣ୍ଡ ଶୁଣାଇଥିଲେ । ସୂଚନା ଥାଉକି ଗୋଠବଣ ଗ୍ରାମରେ ଡକାୟତି ହେଲା ପରେ ଭଗବାନ ଷଡଙ୍ଗୀଙ୍କ ଅଭିଯୋଗ ଅନୁସାରେ ଓଡ଼ଗାଁ ଥାନାରେ ୧୨୪/୨୦୧୯ ଅଗଷ୍ଟ ୧୩ ତାରିଖରେ ଡକାୟତି ମାମଲା ରୁଜୁ ହୋଇଥିଲା । ତତକାଳିନ ସବଇନସିପେକ୍‌ଟର ସଞ୍ଜୟ କୁମାର ପରିଡା ମାମଲାର ତଦନ୍ତ ଭାର ଗ୍ରହଣ କରି ଦୀନବନ୍ଧୁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ ସହେଯାଗୀ ଏବେବି ଫେରାର ଅଛନ୍ତି । ସଂଘବଦ୍ଧ ଡକାୟତି ଘଟଣାରେ ଡକାୟତ ମାନେ ମାଉଜର ଦେଖାଇ ନଗଦ ୩୦ ହଜାର ଟଙ୍କା, ୨ ମୋଟରବାଇକ, ୨ମୋବାଇଲ, ଦୋକାନରୁ ୫ହଜାର ଟଙ୍କାର ଗ୍ରସୋରି ସାମଗ୍ରୀ, ୧୨ସୁନାମୁଦି, କାନର ୧୦ହଳ, ୩ହଳ ସୁନାଚୁଡି, ୨ ସୁନାହାର ଓ ଚେନ ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ । ଏବଂ ଗଲାବେଳେ କାହାରିକୁ ଖବର କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ମାମଲାକୁ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ଯଜ୍ଞନାରାୟଣ ପାତ୍ର ଏବଂ ସୁରେନ୍ଦ୍ର କୁମାର ସେନାପତି ମାମଲା ପରିଚାଳନା କରିଥିଲେ ।

0
0
0
s2sdefault