ହେଡଲାଇନସ୍:

ଆଶ୍ରମପାଟଣା ଭଲି ବଲ ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତକୁମାରଦାସ:  ଆଶ୍ରମ ପାଟଣା ଭଲିବଲ ୟୁନିୟନର ୨୦୨୩ ବର୍ଷପାଇଁ ହେବାକୁଥିବା ଟୁର୍ନାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହମତିରେ ଉକ୍ତ ବୈଠକ ରେ ଯୋଗଦେଇଥିଲେ ୟୁନିୟନର ମୁଖ୍ୟ ପରିଚାଳକ ତଥା ଟରେଣ୍ଟ ଆଡ଼ଭରଟାଇଜରସ ର ମ୍ୟାନେଜିଂ ଡିରେକ୍ଟର ଶ୍ରୀଯୁକ୍ତ ନିରଞ୍ଜନ ଦାଶ, ପ୍ରଫୁଲ୍ଲ ପାଠାଗାର ର କର୍ମକର୍ତ୍ତା,ଖଏରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମାନ ଲିପକ ସାହୁ,ୟୁନିୟନର ମ୍ୟାନେଜର ଶ୍ରୀଯୁକ୍ତ ଦୀପ୍ତିରଞ୍ଜନ ଦାଶ ସହିତ ପୂର୍ବତନ ବରିଷ୍ଠ ଓ କନିଷ୍ଠ କ୍ରୀଡ଼ାବିତମାନେ l ଆଶ୍ରମପାଟଣା ଭଲିବଲ ୟୁନିୟନର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ପତିଙ୍କ ସଭାପତିତ୍ତ୍ୱ ରେ ସଭା ପରିଚାଳନା ହୋଇଥିଲା l ଉକ୍ତ ସଭାର ନିଷ୍ପତି ନିଆଗଲା ଟୁର୍ନାମେଣ୍ଟଦିନ କ୍ରୀଡାଗୃହ ଉନ୍ମୋଚନ, ଓପନ ଜିମର ଶୁଭ ଉନ୍ମୋଚନ, ଚଳିତ ବର୍ଷ ଏହି ଗ୍ରାଉଣ୍ଡରୁ ଜାତୀୟ ସ୍ତରକୁ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା, କ୍ରୀଡାରତ୍ନ ସଂମାନ 2023 ପାଇଁ ଅବସରପ୍ରାପ୍ତ କ୍ରୀଡାବିତ ବର୍ଷା ନାଥ ଓ ପ୍ରେମାନନ୍ଦ ଦାଶଙ୍କୁ ଚୟନ କରାଗଲା l

0
0
0
s2sdefault