ହେଡଲାଇନସ୍:

ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୌଧୁରୀ ଆର ଏନ ବିଦ୍ୟାପୀଠ ଭେଡାର ପ୍ଲାଟିନମ ଜୁବଲ୍ଲୀ ଜୟନ୍ତୀ ଉଦଘାଟିତ 

ମାହାଙ୍ଗା/ଦେବେନ୍ଦ୍ର ଷଡ଼ଙ୍ଗୀ-ବିଶ୍ୱକୁ ଯୋଡିବା ପାଇଁ ଶିକ୍ଷା ହିଁ ସର୍ବୋକୃଷ୍ଟ ମାଧ୍ୟମ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଐତିହାସିକ ଗାନ୍ଧୀ ଭୂମି ଭେଡା ଠାରେ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଚୌଧୁରୀ ରାଧାନାଥ ବିଦ୍ୟାପୀଠ ଭେଡାର ପ୍ଳଟିନମ ଜୁବଲି ଉତ୍ସବକୁ ଉଦଘାଟନ କରି ମହାମହିମ ରାଜ୍ୟପାଳ କହିଥିଲେ କି -ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଧର୍ମ, ଇତିହାସ ଓ ସଂସ୍କୃତି ବିଶ୍ୱରେ ଅନନ୍ୟ l ଶିକ୍ଷା ମିନିଷ ହୃଦୟରେ ନିର୍ମଳ ଓ ସରଳତା ଭରିଦିଏ l ଆମ ମାଟିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ବିଶ୍ୱର ଗଣଦେବତା ଭାବେ ଚିତ୍ରଣ କରିବା ସହ ଚେତନାର ଓ ବିଶ୍ୱାସର ଏହି ଗଣ ଦେବତାଙ୍କ କରୁଣାରୁ ସମସ୍ତଙ୍କ ହୃଦୟରେ ମାନବିକତା ଓ ସହନଶୀଳତା ଭରି ଯିବାକୁ ରାଜ୍ୟପାଳ ପ୍ରଫେସର ଲାଲ ମତବ୍ୟକ୍ତ କରିଥିଲେ l ଏହି ଉତ୍ସବରେ ପୁରାତନ ଛାତ୍ର ସଂଘର ସଭାପତି ଭାସ୍କର ଚରଣ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ l ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ରାଜ୍ୟ ବେଶ ବିକଶିତ ହୋଇପାରିଛି ବୋଲି କହିଥିଲେ l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାହାଙ୍ଗା ଭାଇଚାରା ଓ ସଦବଗବାନର ମାଟି ବୋଲି କହିଥିଲେ l ବିଶିଷ୍ଟ ଅତିଥି ଭାବେ ଆବାସରପ୍ରାପ୍ତ ବିଚାରପତି ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଯୋଗଦେଇ ଭେଡାର ଐତିହ୍ୟ ଅନନ୍ୟ ବୋଲି କହିଥିଲେ l ପ୍ରଧାନ ଶିକ୍ଷକ ନିବାସ କର, ଛାତ୍ର ସାଂସଦ ସମ୍ପାଦକ ମନୋରଞ୍ଜନ ବାରିକ ଯୋଗଦେଇଥିଲେ l
ଗୀତିକାର ବିଶ୍ୱେଶ୍ୱର ମହାନ୍ତିଙ୍କ ସମ୍ପାଦନରେ ପ୍ରକାଶିତ ସ୍ମରଣିକା ଉଦୟଭାନୁ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଏହି ଉତ୍ସବରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ଷେଣ୍ଢଙ୍କୁ ସମ୍ମାନିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l

0
0
0
s2sdefault