ବହୁଦିନର ପ୍ରଚେଷ୍ଟା ଉଦ୍ୟମ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ସଫଳ ହୋଇପାରିଛି l
(ମାହାଙ୍ଗା - ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଫାଣ୍ଡି ଆଜି ଥାନାରେ ପରିଣତ ହୋଇପାରିଛି l ଯାହାପାଇଁ ଏହି ଭଦ୍ରେଶ୍ୱର ଥାନା ଅଧୀନରେ ଯାଉଥିବା 10 ଗୋଟି ପଞ୍ଚାୟତ ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ସୋମବାର ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧମରେ ଭଦ୍ରେଶ୍ୱର ଥାନାକୁ ଲୋକାର୍ପିତ କରିଛନ୍ତି l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଏହା ସଫଳ ହୋଇପାରିଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ଅବସରରେ ଥାନା ପରିସରରେ ଏକ ସଭାର ଆଯୋଜନ କରାଯାଇଥିଲା l ଆଇଆଇସି ବିଜୟ କୁମାର ମଲିକଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଏହି ଥାନା ହେବା ଦ୍ୱାରା ୧୦ଗୋଟି ପଂଚାୟତ ର ଜନସାଧାରଣ ମାନେ ଉତ୍ତମ ଆଇନ ସେବା ପାଇପାରିବେ ଏବଂ ଅପରାଧିକ କାର୍ଯ୍ୟ ହ୍ରାସ ପାଇବ ବୋଲି ପ୍ରକାଶ କରିବା ସହ ମାହାଙ୍ଗା ନିର୍ବାଚନ ମଣ୍ଡଳ ଅଂଚଳବାସୀ ଙ୍କ ବିକାଶ ଓ ଉନ୍ନତି ଆମର ଏକମାତ୍ର ଲକ୍ଷ୍ୟ, ଯେତେ ବାଧା ବିଘ୍ନ ଆସିଲେ ବି ମାହାଙ୍ଗା ଅଞ୍ଚଳର ବିକାଶ ଅପରିହାର୍ଯ୍ୟ l ଅନ୍ୟତମ ଅତିଥି ଭାବେ ଆଡିଶୀନାଲ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଏସଡିପିଓ ବିମଳ ବାରିକ, ବିଡିଓ ନିହାରରଂଜନ ମଲ୍ଲିକ, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଦ୍ରେଶ୍ୱର ଥାନା ଅଧିକାରୀ ତପନ କୁମାର ନାୟକ, ସରପଞ୍ଚ କମଳାକାନ୍ତ ରାଉତ ଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଥିଲେ l ତେବେ ଏହି ଥାନା ର ବିକାଶ ପାଇଁ ପିସିଆର ଭ୍ୟାନ, କମ୍ପୁଟର, ସିସି ଟିଭି, ଅଧିକ ପୋଲିସ କର୍ମଚାରୀ ଆଦି ଖୁବଶ୍ରୀଘ୍ର ଯୋଗାଇ ଦିଆଯିବା ସହିତ ଥାନା ର ରୂପାନ୍ତରିତ କାର୍ଯ୍ୟକ୍ରମ ଯଥାଶୀଘ୍ର କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଛନ୍ତି l