ହେଡଲାଇନସ୍:

ହକି ବିଶ୍ଵକପ :ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ ଅଶୋକ ସାହୁ : ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ। ଯାହାର ଆତ୍ମା ହେଉଛି ହକି। ହକି ଆମ ଗର୍ବ। ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ଵକପ 2023। ହକି ବିଶ୍ଵକପ ମହାପର୍ବ ଅବସରରେ ଆଜି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପଦଯାତ୍ରା କରଯାଇଥିଲା। ଛାତ୍ରୀ ମାନେ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ସ୍ଥାନୀୟ ଗାନ୍ଧୀ ଛକ ଓ ଆମ୍ବେଦକର ଛକ ଦେଇ ନଗର ପରିକ୍ରମା କରିଥିଲେ। ଏହି ପଦଯାତ୍ରା ରେ ଛାତ୍ରୀଙ୍କ ସହିତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହିତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।ହକି ବିଶ୍ଵକପ ର ବାର୍ତ୍ତା ସହରର ସମସ୍ତ କୋଣ ଅନୁକୋଣରେ ପହଞ୍ଚାଇବା ଥିଲା ଏହି ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସର ରେ ଛାତ୍ରୀ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା, ବାଲୁକା କଳା, ଚିତ୍ରାଙ୍କନ, ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା ଓ ପ୍ଲାକାର୍ଡ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପଦଯାତ୍ରା ରେ ଉଠା ଜଳସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଈଂ ଦିଲ୍ଲୀପ ଦାସ, ସେବା ନିବୃତ ଅବକାରୀ ଅଧିକ୍ଷକ ତଥା କ୍ରୀଡାବିତ୍ ଶ୍ରୀ ଶିବ ଗନ୍ତାୟତ ଓ adv ଶ୍ରୀକାନ୍ତ କୁମାର ପଣ୍ଡା ସମେତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରି ସାହୁ, ଶିକ୍ଷା ବିଭାଗ ମୁଖ୍ୟ ଡ ସଂଯୁକ୍ତା ପଣ୍ଡା ଓ ମୋ କଲେଜ ସଂଯୋଜକ ଶ୍ରୀ ବିନୋଦ ବିହାରୀ ପ୍ରଧାନ ,ରଞ୍ଜୁସା ପ୍ରହରାଜ, ତାଇରା ବେଗୁମ୍, ତରନୁମ୍ ଆରା, ନୃପେନ୍ଦ୍ର ଖୋସଲା, ରୋହିଣୀ ରାଣୀ, ସୁନୀତା ପାତ୍ର, ଲକ୍ଷ୍ମୀକାନ୍ତ ସୌରା, ତ୍ରିପତି ମାଳି, ଭୁବନ ହରିଜନ ଯୋଗ ଦେଇଥିଲେ।

0
0
0
s2sdefault