ହେଡଲାଇନସ୍:

ପ୍ରଥମ ମ୍ୟାଚରେ ବୋଡାସମ୍ବର ସ୍ପୋର୍ଟିଂ କୁ ହରାଇଲା ଆଲ୍ଲାହାବାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅତିକ ଅହମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ

ବରଗଡ :- ପ୍ରତିଷ୍ଠିତ ବୋଡାସମ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଆଜି ଅୟୋଜକ ବୋଡାସମ୍ବର ସ୍ପୋର୍ଟିଂ ପଦ୍ମପୁର ଓ ଏନ ଏନ ଏସ କ୍ରିକେଟ ଏକାଡେମୀ ଆଲ୍ଲାହାବାଦ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ 25 ଓଭର ରେ ଏନ ଏନ ଏସ ଆଲ୍ଲାହାବାଦ 9 / 164 ସଂଗ୍ରହ କରିଥିବା ବେଳେ ମାତ୍ର 16.4 ଓଭର ରେ 73 ରନ ସଂଗ୍ରହ କରି ବୋଡାସମ୍ବର ସ୍ପୋର୍ଟିଂ ର ସମସ୍ତ ବ୍ୟାଟ୍ସମେନ ପାଭିଲିଅନକୁ ଫେରି ଯାଇଥିଲେ । ଫଳରେ ପ୍ରଥମ ଦିନର ପ୍ରଥମ ମେଚ ରେ ଆଲ୍ଲାହାବାଦ ଦଳ 91 ରନରେ ବିଜୟ ଲାଭ କରି ପ୍ରଥମ ସେମିଫାଇନାଲକୁ ପ୍ରବେଶ କରିଛି । ଏହି ମେଚରେ ଅତିକ ଅହମଦ ଙ୍କୁ ମ୍ୟାନ ଅଫ ଦ ମେଚ ଟାଇଟଲ ପ୍ରାପ୍ତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଶ୍ରୀ ଲାଲ ବିହାରୀ ମିଶ୍ର , ଶ୍ରୀ ରତ୍ନମଣି ସଥପଥୀ , ଶ୍ରୀ ଗୋପବନ୍ଧୁ ସିକା , ଶ୍ରୀ ବିଜୟ କୁମାର ସାହୁ , ହେମନ୍ତ ସାହୁ , ନୀଳକଣ୍ଠ ଦୀପ ପ୍ରମୁଖ ଆଜିକାର ଅତିଥି ଭାବରେ ଯୋଗ ଦେଇ ମ୍ୟାନ ଅଫ ଦ ମ୍ୟାଚ ଟାଇଟଲ ଅତିକ ଅହମଦଙ୍କୁ ପ୍ରଦାନ କରିଥିଲେ ।।

0
0
0
s2sdefault