ହେଡଲାଇନସ୍:

27ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ 2023 ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଠାରେ ଆଜି ସକାଳେ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଆଜି ପଦ୍ମପୁର ବିଧାୟିକା ବର୍ଷା ରଣୀ ସିଂ ବରିହା ଆନୁଷ୍ଠାନିକ ଭାବରେ ଏହି ଭବ୍ୟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ର ବ୍ୟବଧାନ ପରେ ଅୟୋଜିତ ହେଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଓଡ଼ିଶାର ପଦ୍ମପୁର , ବରଗଡ଼ , ରାଉରକେଲା ,କଟକ ସହିତ ଉତ୍ତର ପ୍ରଦେଶର ଅଲ୍ଲାହାବାଦ ,ପଶ୍ଚିମବଙ୍ଗ ର ଚିତ୍ତରଞ୍ଜନ ,

ଛତିଶଗଡ଼ ,ଓ ବିଶାଖାପାଟନମ ଟିମ ଅଂଶ ଗ୍ରହଣ କରିବେ । ଆଗାମୀ ସାତ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ଚାରିଗୋଟି ଲିଗ ମେଚ ସହିତ ଦୁଇ ଗୋଟି ସେମି ଫାଇନାଲ୍ରେ ଓ ଗୋଟେ ଫାଇନାଲ୍ରେ ମେଚ ଖେଳାଯିବ । ଆସନ୍ତା ପନ୍ଦର ତାରିଖ ଦିନ ଫାଇନାଲ ମେଚ ହେବ । ପ୍ରତ୍ୟେକ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ପଦ୍ମପୁର ଅଂଚଳ ତଥା ପଡୋଶୀ ଛତିଶଗଡ଼ ଅଞ୍ଚଳ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସିଥାନ୍ତି । ଦୁଇ ବର୍ଷ ପରେ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଚଳିତ ବର୍ଷ ପ୍ରବଳ ଜନସମାଗମ ହେବାର ଅନୁମାନ କରାଯାଇଛି । ଏହି ଉଦ୍ଘାଟନ ସମାରୋହରେ ରେ ଅନ୍ୟ ମାନଙ୍କର ମଧ୍ୟରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।।

0
0
0
s2sdefault