ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଆଜି ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଗତକାଲି ୭ ଡିଗ୍ରୀ ରହିଥିଲା । ପ୍ରତ୍ୟେକ ଦିନ ଘୁ. ଉଦୟଗିରିରେ ପାରଦ ତଳ ମୁହାଁ ହେବାରେ ଲାଗିଛି I ଯାହା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି I କିଛିଦିନର ବ୍ୟବଧାନ ପରେ ତାପମାତ୍ରା ହ୍ରାସ ହୋଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁଖ୍ୟତଃ ଘୁ.ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଆଜି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଥିବା ବେଳେ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବାରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ମନରେ ଖୁସି ଦେଖାଯାଇଛି । ଯଦିଓ ତାପମାତ୍ରା ଆଜି ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି ହେଲେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ଆହୁରି ତଳେ ରହି ତଥା ମାଇନୋସ ହୋଇ ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ରାଜ୍ୟର ଘୁ.ଉଦୟଗିରି ଠାରେ ସର୍ବନିମ୍ନ ୪.୬ ତାପମାତ୍ରା ରହିଛି । ଓଡ଼ିଶାର ସବୁ ଜିଲ୍ଲା ଠାରୁ ଅଧିକ ଶୀତ ବା ଜାଡରେ ଥରୁଥିବ ସହର ପରିଗଣିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଥଣ୍ଡାକୁ ଉପଭୋଗ କରିବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି I ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ଘୁ.ଉଦୟଗିରିକୁ ପର୍ଯ୍ୟଟକ ଆସୁ ଥିବା ଦେଖା ଦେଇଛି I
ରାଜ୍ୟ
ଓଡ଼ିଶାର ଦାର୍ଜିଲିଙ୍ଗ ଘୁ.ଉଦୟଗିରିରେ ପ୍ରଥମ ତୁଷାର ପାତ: ତଳମୁହାଁ ପାରଦ ୪.୬, ଜନଜୀବନ ଅସ୍ତବ୍ୟସ୍ତ
- Hits: 233