ହେଡଲାଇନସ୍:

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍‌କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଉତ୍ସବରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍‌, ଆଇ.ଏ.ଏସ୍‌, ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆୟାର ଉପସ୍ଥିତ ରହିଥିଲେ । 
ଏହି ଉଦ୍‌ଘାଟନ ଦିବସରେ ପ୍ରଥମକରି ତୀର୍ଥାଞ୍ଚଳ ଯଥା ପୁରୀ ଓ କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲା ସହିତ ଅନ୍ୟ ୧୫ ଗୋଟି ବ୍ଲକ୍‌କୁ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଇଛି । ଏହି ପୁସ୍ତକ ଯୋଗାଣ କାର୍ଯ୍ୟକୁ ଆଖିଆଗରେ ରଖି ଆସନ୍ତା ମାର୍ଚ୍ଚ ଶେଷସୁଦ୍ଧା ପାଠ୍ୟପୁସ୍ତକ ବିତରଣର ପରିସମାପ୍ତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ୱାରା ଶିକ୍ଷାବର୍ଷ ଏପି୍ରଲ ମାସ ଆରମ୍ଭରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କ ପାଖରେ ପୁସ୍ତକଗୁଡ଼ିକ ପହଞ୍ଚି ପାରିବ ।
୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜାତୀୟକରଣ ପାଠ୍ୟପୁସ୍ତକ ୨.୫ କୋଟି ଏବଂ ଅନ୍ୟ ପାଠ୍ୟପୁସ୍ତକ ୧.୫ କୋଟି ଖଣ୍ଡ ବିତରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ଜାତୀୟକରଣ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିତରଣ ନିମନ୍ତେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଅଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

0
0
0
s2sdefault