ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ପାଇଁ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରଟିକୁ ଉଦଘାଟିତ କରିବା ସହ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ଶିବିରର ଆବଶ୍ୟକତା ଏବଂ ଉପକାରିତା ଉପରେ ଦିଗଦର୍ଶନ ଦେଇଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଅର୍ପିତା ପଧାନ ୮୧ ଜଣ ଛାତ୍ରୀଙ୍କୁ ୩ଟି ଗୃପରେ ଭାଗକରି ଆତ୍ମରକ୍ଷା କୌଶଲ ଶିଖାଇବା ଆରମ୍ଭ କରିଛନ୍ତି । ଶିବିରଟି ସପ୍ତାହବ୍ୟାପି ଚାଲିବ । ଶିବିରର କୋ-ଓଡିନେଟର ଅଧ୍ୟାପକ ମହେଶ ମିଶ୍ର ଶିବିରଟିକୁ ପରିଚାଲନା କରୁଥିବା ବେଳେ ଅଧ୍ୟାପକ ଭୂପତୀ କାଲୋ, ସୁବାସ ପଧାନ, ହୃଷିକେଶ ସାହୁ, ସୁନିଲ ଜୈନ, ମିନତି ରଥ, ସବିତା ସେଠ, ସଂଯୁକ୍ତା କାଣ୍ଡ, ଉପେନ୍ଦ୍ର ଜାଲ ଓ ତିନାଥ କାଣ୍ଡ ପ୍ରମୁଖ ସହଯୋଗ କରୁଛନ୍ତି । ଶେଷରେ କୋଡିନେଟର ଅଧ୍ୟାପକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ
- Hits: 265