ହେଡଲାଇନସ୍:

ସଡକ ସୁରକ୍ଷାକୁ ନେଇ ରାଲି କଲେ ସ୍କୁଲ ପିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରିଛନ୍ତି । ଚଳିତ ସପ୍ତାହ ଚାରିଆଡେ ସଡକ ସୁରକ୍ଷା ସପ୍ତାହ ପାଳନ ଚାଲିଥିବା ବେଳେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଚିନ୍ତାମଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀଙ୍କୁ ସଡକ ସୁରକ୍ଷା ଉପରେ ମାର୍ଗଦର୍ଶନ ଦିଆଯାଇଥିଲା । ପରେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ମାନଙ୍କ ତତ୍ୱାବଧାନରେ ଏକ ରେଲିରେ ବାହାରି ମେଲଛାମୁଣ୍ଡା ବସଷ୍ଟାଣ୍ଡ ଏବଂ ବସ୍ତି ପରିକ୍ରମା କରି ଜନସାଧାରଣଙ୍କୁ ବିଭିନ୍ନ ସ୍ଲୋଗାନ ଏବଂ ଫ୍ଲେକ କାଡ ମାଧ୍ୟମରେ ସଚେତନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ଶ୍ରୀବତ୍ସରାଜ ପୁରୋହିତ, ଅଂଜୁମ ସରକାର, ଶିବଶଙ୍କର ରୋହିଦାସ, ଜିତେନ୍ଦ୍ର ସାହୁ, ଜ୍ଞାନରଂଜନ ପରିଡା, ଅଂଜନ ଜେନା, ଦିପକ ଦେହେରୀ, ନିର୍ମଲ ନାଏକ, ସଂଜିବ ନାୟକ, ସୁକୃତା ସୁନା, ମମତା ନାଗ, କମଲିନି କୁମ୍ଭାର, ସୁରଭି ଭୋଇ, ହିମାଂଶୁ ପଧାନ ଓ ସୁବାଷ ବେହେରା ଆଦି ସ୍କୁଲ କର୍ମଚାରୀ ସହଯୋଗ କରିଥିଲେ

0
0
0
s2sdefault